ଶାଶୂଘର ସାମ୍ନାରେ ସ୍ତ୍ରୀ, ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ୱାମୀର ଧାରଣା

ଶାଶୂଘର ସାମ୍ନାରେ ସ୍ତ୍ରୀ, ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ୱାମୀର ଧାରଣା

ତିହିଡି: ନ୍ୟାୟ ଦାବିରେ ସ୍ୱାମୀ ସ୍ତ୍ରୀ ପକ୍ଷରୁ ସମାନ୍ତରାଳ ଭାବେ ଧାରଣା । ଶାଶୁଘର ସାମ୍ନାରେ ନିଜ ମାଆଙ୍କ ସହିତ ଜଣେ ମହିଳା ଧାରଣା ଦେଇଥିବା ବେଳେ ସ୍ତ୍ରୀର ନିର୍ଯାତନା ବିରୋଧରେ ସଂପୃକ୍ତ ସ୍ୱାମୀ ଓ ତାଙ୍କ ମାଆ ସମେତ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିବା ଜଣାଯାଇଛି । ମହିଳା ଜଣଙ୍କ କ୍ଷତିପୂରଣ ବାବଦରେ ଏକକୋଟି ଟଙ୍କା ଦାବି କରିଥିବା ବେଳେ ସ୍ତ୍ରୀର ନିର୍ଯାତନାରୁ ମୁକ୍ତି ପାଇଁ ସ୍ୱାମୀ ଏପରି ଧାରଣା ଦେଇଥିବା କୁହାଯାଉଛି । 
ତିହିଡ଼ି ଥାନା ଦୋଳସାହି ପଞ୍ଚାୟତ ଅଧୀନ ରାଢ଼ଙ୍ଗ ଗ୍ରାମ ସ୍ଥିତ ଶାଶୁଘର ସାମ୍ନାରେ ସୋମବାର ତାଙ୍କ ବୋହୂ ପୁଷ୍ପାଞ୍ଜଳି ବେହେରା ଧାରଣା ଦେଇଥିବା ଜଣାଯାଇଛି । ବିବାହ ଆଳରେ ତାଙ୍କୁ ଠକି ଦେଇଥିବା ଅଭିଯୋଗ କରି ବୋହୂ ପୁଷ୍ପାଞ୍ଜଳି ପୂର୍ବାହ୍ନ ୧୧ଟା ଠାରୁ ଏହି ଧାରଣା ଦେବା ସହ ଶାଶୁଘର ବିରୁଦ୍ଧରେ ଦଣ୍ଡ ବିଧାନ ସ୍ୱରୂପ ଏକ କୋଟି ଟଙ୍କା ଦାବି କରିଥିବା ଜଣା ଯାଇଛି । ପୁଷ୍ପାଞ୍ଜଳି ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ବାପ ଘର ପୀରହାଟ ଥାନା ଦୌଲତପୁର ପଞ୍ଚାୟତ ଅଧୀନ ଅର୍ଜୁନବିନ୍ଧା ଗ୍ରାମରେ । ଗତ ୨୦୨୦ରେ ରାଢ଼ଙ୍ଗ ଗ୍ରାମର ରତ୍ନାକର ମୁଦୁଲିଙ୍କ ପୁଅ ନୀଳମଣି ସହିତ ଭଦ୍ରକ ହଳଦିଡ଼ିହ ସ୍ଥିତ ଭାରତମାତାଙ୍କ ମନ୍ଦିରରେ ବିବାହ କରିଥିଲେ । ବିବାହ ପରେ ତାଙ୍କ ସ୍ୱାମୀ ଜଣେ କିନ୍ନର ବୋଲି ସେ ଜାଣିବା ପରେ ଅପମାନ ବୋଧ କରି ସେ ଶାଶୁଘର ଛାଡି ଦେଇଥିଲେ । ପରେ ସେ ଏହି ଅସମ୍ମାନ ପାଇଁ କ୍ଷତିପୂରଣ ବାବଦକୁ ଏକ କୋଟି ଟଙ୍କା ଦାବି କରିଥିଲେ । ମାତ୍ର ତାଙ୍କୁ ଏଯାବତ ଏହା ମିଳିନ ଥିବାରୁ ସେ ପଦକ୍ଷେପ ସ୍ୱରୂପ ଧାରଣା ଦେଇଥିବା ଜଣାଯାଇଛି । ଏହି ଧାରଣାରେ ତାଙ୍କ ମାଆ କନକ ବେହେରା ମଧ୍ୟ ସାମିଲ ହୋଇଛନ୍ତି । ସାଙ୍ଗରେ ରାନ୍ଧି ଖାଇବାକୁ ସେ ରନ୍ଧନ ଗ୍ୟାସ ସହ ରୋଷେଇ ସରଞ୍ଜାମ ରଖି ଆଜୀବନ ଧାରଣା ଦେବେ ବୋଲି ଚେତାବନୀ ଦେଇଥିବା ଜଣାଯାଇଛି । ସେହିପରି ସଂପୃକ୍ତା ମହିଳାଙ୍କ ସ୍ୱାମୀ ନିଳମଣି ମୁଦୁଲୀଙ୍କ ମାଆ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜର ପୁଅ ଓ ଅନ୍ୟମାନଙ୍କୁ ନେଇ ଧାରଣା ବସିଥିବା ଜଣାଯାଇଛି । ବାହାଘର ପରେ ଚତୁର୍ଥି ରାତିରେ ତାଙ୍କ ବୋହୁ କୁଆଡେ ପଳେଇ ଯାଇଥିଲା । ସେବେଠାରୁ ଆମ ପରିବାରକୁ ବିଭିନ୍ନ ଆଳରେ ଦେଖାଇ ଏବଂ ବିଭିନ୍ନ ଥାନାରେ ମିଥ୍ୟା ମାମଲା ରୁଜୁ କରାଇ ହଇରାଣ ହରକତ କରୁଛି । କୋର୍ଟରେ ମାମଲା ଗୁଡିକ ବି·ରାଧିନ ଥିବାବେଳେ ସେ ଏକ କୋଟି ଟଙ୍କାର କ୍ଷତିପୂରଣ ·ହୁଁଛି ଯାହା ବିରୋଧରେ ସେମାନେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା କହିଛନ୍ତି ।