କିଟ୍ ବିରୋଧରେ ଚାଲିଛି ମିଛ ଖବର : ବକେୟା ରଖିନି ହୋଲଡ଼ିଂ ଟିକସ
ଭୁବନେଶ୍ୱର: କିଟ୍, କିସ୍ ଏବଂ କିମ୍ସ ପଛରେ ଏବେ କିଛି ଗଣମାଧ୍ୟମ ଓ ସାମାଜିକ କର୍ମୀମାନେ ପଡ଼ିଯାଇଛନ୍ତି । ପ୍ରତିଦିନ କିଛି କିଛି ନୂଆ ଷ୍ଟୋରୀ ତିଆରି କରି କିଟ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଓ ଅନୁଷ୍ଠାନକୁ ବଦନାମ କରିବା ପାଇଁ ହରଦମ୍ ପ୍ରୟାସ ହେଉଥିବା କରାଯାଉଛି । ଏହି କାହାଣୀମାଳା ୱେବସିରିଜ୍ ଠାରୁ ବି କମ୍ ନୁହେଁ ବୋଲି ରୋଚକ ଚର୍ଚ୍ଚା ବି ହେଉଛି ।
ନିକଟରେ କିଟ୍ ଏବଂ କିମ୍ସ ଅନୁଷ୍ଠାନ ବିଏମସିର ହୋଲଡିଂ ଟିକସ ବକେୟା ରଖିଛନ୍ତି ବୋଲି ଖବର ପ୍ରକାଶ କରାଯାଇଥିଲା । କିମ୍ସର ୨ କୋଟିରୁ ଅଧିକ ଟଙ୍କା ଏବଂ କିଟ୍ର ୧ କୋଟିରୁ ଅଧିକ ଟଙ୍କାର ହୋଲଡିଂ ଟିକସ ବକେୟା ଥିବା ଖବର ପ୍ରସାରଣ ହୋଇଥିଲା । ଯାହାର ଖୋଳତାଡ଼ ବି କେତେକ ଗଣମାଧ୍ୟମ କରିଥିଲେ । କିନ୍ତୁ ପ୍ରକୃତ ତଥ୍ୟ ମିଳିବା ପରେ ତାହା ଏକ ମିଥ୍ୟା ଖବର ବୋଲି ଜାଣିବାକୁ ମିଳିଛି । ବିଏମସିର ହୋଲଡିଂ ଟିକସ ବାବଦରେ କିମ୍ସ ଏବଂ କିଟ୍ର ଟଙ୍କାଟିଏ ମଧ୍ୟ ବକେୟା ନାହିଁ । ପ୍ରତିବର୍ଷ ମାର୍ଚ୍ଚ ୩୦ରେ ହୋଲଡିଂ ଟିକସ ଦ୍ଭ ୭ ପୃଷ୍ଠାରେ...ଦେଉଥିଲେ । ଏଥର କିନ୍ତୁ ଆଗୁଆ ମାର୍ଚ୍ଚ ୬ ତାରିଖରେ ହୋଲଡିଂ ଟିକସ ପୈଠ କରିଛନ୍ତି । ହୋଲଡିଂ ଟିକସ ବାବଦରେ କିଟ୍, କିସ୍, କିମ୍ସ ଆଦି ଅନୁଷ୍ଠାନ ଉପରେ ବିଏମସିର ବାର୍ଷିକ ପ୍ରାପ୍ୟ ହେଉଛି ୩ କୋଟି ୮୪ ଲକ୍ଷ ଟଙ୍କା । ବିଏମସିର ସୂଚନା ଅନୁଯାୟୀ, ଏହି ସଂସ୍ଥା ଉପରେ ବକେୟା ହୋଲଡିଂ ଟିକସ ନାହିଁ । ସବୁ ଅପଡେଟ୍ ରହିଛି । ସଂସ୍ଥା ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଚଳିତ ମାସ ୬ ତାରିଖରେ ୩ କୋଟି ୮୪ ଲକ୍ଷ ଟଙ୍କା ଆରଟିଜିଏସ୍ ମାଧ୍ୟମରେ ପେମେଣ୍ଟ କରାଯାଇଛି ।