‘ସୂର୍ଯ୍ୟପ୍ରଭା’ର ମହା ପ୍ରଭାବ : ୪ ଚୋରା ମଦ ବେପାରୀ ଗିରଫ
ଚାନ୍ଦବାଲି : ସୂର୍ଯ୍ୟପ୍ରଭା ମହା ପ୍ରଭାବ । ଖବର ପ୍ରସାରଣ ପରେ ଆକ୍ସନ ମୁଡ଼ରେ ଜିଲ୍ଲା ସୋତନ୍ତ୍ର ଅବକାରୀ ବିଭାଗ ୨୪ଘଣ୍ଟା ନପୂରୁଣୁ ୪ଜଣ ଚୋରା ମଦ ବେପାରୀ ମାନଙ୍କୁ ଗିରଫ କରିଛି ଭଦ୍ରକ ଜିଲ୍ଲା ସୋତନ୍ତ୍ର ଅବକାରୀ ବିଭାଗ ।
ଭଦ୍ରକ ଅବକାରୀ ବିଭାଗର ସୁପରିଟେଣ୍ଟ ନରତ୍ତମ ମିଶ୍ରଙ୍କ ନିଦେ୍ର୍ଦଶ କ୍ରମେ ତିହିଡି ଅବକାରୀ ଆଧିକାରିଣୀ ସୁସ୍ମିତା ହେମରମ, ମୋବଇଲ ସ୍କ୍ୱାର୍ଡ ଟିମର ଅଧିକାରୀ ରବି ବେହେରା, ଏ ଏସ ଆଇ ବିଜୟ ମଲ୍ଲିକ, କନଷ୍ଟେବଳ, ଅଜିତ, ସୁବାଶିଷ, ପରେଶ ଟୁଡୁଙ୍କୁ ତତ୍ୱା ବଧନରେ ପୀରହାଟ ଥାନା ଅଧିନ କାନପୁର, କଣ୍ଡରଗଡ଼ିଆ, କାନିସାହି ଜାଫରବାଦ ଓ କାମରିଆ ମାର୍କେଟରୁ ଚୋରା ମଦ ସହିତ ସେମାନଙ୍କୁ ଗିରଫ କରିଥିଲେ । ଚୋରା ମଦ ବେପାରୀ ମାନେ ହେଲେ କେଦାର ସାହୁ, ଅପର୍ତ୍ତୀ ବେହେରା, ରତିକାନ୍ତ ମଲିକ, ଅନନ୍ତ ଜେନା ଏମାନଙ୍କ ପାଖରୁ ୧୫.୩୦୦ ବିଦେଶୀ ୫. ୪୦ ଗ୍ରାମ ଆଶକାଫଟି ଜବତ କରିଛି । ପୂର୍ବ ସୂଚନା ଥାଉକି ଆଜକୁ ଦୀର୍ଘଦିନ ହେବ ପୀରହାଟ ଏ ସମସ୍ତ ଅଞ୍ଚଳରେ ଦୃତ ଗତିରେ ଚୋରା କରବାର ବଢ଼ିବାରେ ଲାଗିଥିଲା । ଏ ନେଇ ସୂର୍ଯ୍ୟପ୍ରଭା ଖବର ପ୍ରସାରଣ କରାଯାଇଥିଲା । ଖବର ପ୍ରସାରଣର ୨୪ଘଣ୍ଟା ନପୂରୁଣୁ ଚୋରା ମଦ ବେପାରୀ ମାନଙ୍କୁ ଗିରଫ କରିବା ସହିତ ଚୋରା ମଦ ଜବତ କରିଛି । ଏ ନେଇ ପୀରହାଟର ବୁଦ୍ଧିଜୀବି ମାନେ ଜିଲ୍ଲା ଅବକାରୀ ଓ ତିହିଡି ଅବକାରୀ କର୍ମ ଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।