ରଜ ମହୋତ୍ସବ ପାଳିତ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ "ନାରୀ ଶକ୍ତି’ ଓ "ସଖୀ ୱାନ୍ ଷ୍ଟପ୍ ସେଣ୍ଟର’ ଆନୁକୂଲ୍ୟରେ ନବରଙ୍ଗପୁର ପବ୍ଲିକ ସ୍କୁଲ ପରିସରରେ ରଜ ମହୋତ୍ସବ ପାଳିତ ହୋଇଛି । ନାରୀ ଶକ୍ତିର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପଟ୍ଟନାୟକ ଓ ସଖୀ ୱାନ ଷ୍ଟପ କେନ୍ଦ୍ରର ଆଇନ ପରାମର୍ଶଦାତ୍ରୀ କିଶୋରୀ ପଟ୍ଟନାୟକ ଓ କେନ୍ଦ୍ର ପରିଚାଳିକା ରଞ୍ଜିତା ସାହୁଙ୍କ ତତ୍ତ୍ୱାବଧାନରେ ରଜ ମହୋତ୍ସବ ପବ୍ଲିକ ସ୍କୁଲ ପରିସରରେ ରଜ ମହୋତ୍ସବ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଝରଣା ପଟ୍ଟନାୟକ, ପ୍ରଭାସିନୀ ମହାନ୍ତି, ନିରୁପମା ତ୍ରିପାଠୀ, ଅପରାଜିତା ଶତପଥୀ, ବନ୍ଦିତା ମଲ୍ଲିକ, ବବିତା ସାହୁ, ମମତା ପଟ୍ଟନାୟକ, ରଶ୍ମି ପ୍ରଧାନ, ଜସ୍ମିନ ସିଂ, ପିନି ଖୋସଲା, ସ୍ମରଣିକା ପଟ୍ଟନାୟକ, ଦାମିନୀବାଳା ନାୟକ, ସ୍ୱର୍ଣ୍ଣ ଲତା ବାଘ, ଟୁନୀ କନ୍ଦପାନ, ସୁମିତା ଗରଡା, ରୀତା ସୌରା, ବନିତା ନାୟକ, ପଦ୍ମିନୀ ପୂଜାରୀ, ଧନମଣୀ ପୂଜାରୀ, ରୀତା ସାହୁ ପ୍ରମୁଖ ପାରମ୍ପରିକ ପୋଷାକ ସହ ଯୋଗଦେଇ ରଜ ଦୋଳି ଓ ପ୍ରସ୍ତୁତ କରିଥିବା ରଜ ପିଠାର ଆନନ୍ଦ ନେଇଥିଲେ ।