ସୁରେଶ ଚନ୍ଦ୍ର ରାଉତଙ୍କ ସ୍ମୃତିସଭା

ବନ୍ତ : ମଙ୍ଗୁଲି ଗ୍ରାମରେ ସୁରେଶ ଚନ୍ଦ୍ର ରାଉତଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଛୟାଳସିଂ ପଞ୍ଚାୟତର ଦୁଇଥର ସରପଞ୍ଚ ହୋଇଥିଲେ, ବନ୍ତ ବ୍ଲକ୍ କଂଗ୍ରେସ ସଭାପତି ମଦ୍ୟ ଥିଲେ । ବରିଷ୍ଠ ଆଇନୀଜୀବୀ ଭାବେ ପରିଚିତ ଥିଲେ । ଏହିସ୍ମୃତିଚାରଣ ସଭାରେ କଂଗ୍ରେସ ନେତା ନିରଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱରେ ନେତା ସୁବ୍ରତ ଦାସ,  ବନ୍ତ ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସ୍ୱାଇଁ, ପ୍ରାକ୍ତନ ସରପଞ୍ଚ ସୁରେନ୍ଦ୍ର ଜେନା, ସୁଧାଂଶୁ ଶେଖର ନାୟକ, ମାର୍କଣ୍ଡ ବେହେରା, ଶିକ୍ଷାବିତ୍ରମାକାନ୍ତ ରାଉତ, ଅନନ୍ତଗୋପାଳ ଦାସ ଅନୁଷ୍ଠିତ ସଭାରେ ଯୋଗଦେଇ ବିଗତ ୮ବର୍ଷ ହୋଇଯିବ ସୁରେଶ ଚନ୍ଦ୍ର ରାଉତ ସ୍ୱର୍ଗଆହରଣ ହୋଇଥିଲେ ମଧ୍ୟ ତାଙ୍କର ଲୋକଙ୍କ ସେବାମନବୃତି ପାଇଁ ଆଜିବି ଲୋକଙ୍କ ମନରେ ଅଛନ୍ତି ବୋଲି ଅତିଥି କହିଥିଲେ । କାର୍ଯ୍ୟକ୍ରମରେ ସ୍ମୃତି କମିଟି ସଭାପତି ପ୍ରଫୁଲ୍ଲ ରାଉତ, ଗୋଲେକ ଘଡେଇ, ଭୀମସେନ ରାଉତ, ଖଗେଶ୍ୱର ପାତ୍ର, ନୃଶିଙ୍ଗ ନାୟକ, ରମାକାନ୍ତ ଯେନା, ବୃନ୍ଦାବନ ଜେନା, କୈଳାସ ଜେନା, ବିଶ୍ୱନାଥ ଓଝା, ହରେକୃଷ୍ଣ ପରିଡା ସହଯୋଗ କରିଥିଲେ ।