ଏନ୍ସିସି କ୍ୟାଡେଟଙ୍କ ନୌ-ଯାତ୍ରା
ଭାଣପୁର/ବାଲୁଗାଁ : ତୃତୀୟ ଓଡିଶା ନାଭାଲ ୟୁନିଟ ଏନ୍ସିସି କଟକ ଦ୍ୱାରା ଆୟୋଜିତ ଚିଲିକା ସେଲିଂ ଏକ୍ସ ପିଡିସନ ୨୦୨୫ର ଉଦ୍ୟାପନୀ ସମାରୋହ ଆଇଏନ୍ସି ଚିଲିକାରେ ଅନୁଷ୍ଠିତ ହୋଇଛି । ଚଳିତ ମାସ ପହିଲାରୁ ଚିଲିକରେ ଆରମ୍ଭ ହୋଇଥବା ଏହି ନୌ ଯାତ୍ରା ଅଭିଯାନରେ ଓଡ଼ିଶାର ୭୬ଜଣ କ୍ୟାଡେଟ ଯୋଗଦେଇ ୨୧୨କିମି ଜଳ ପଥ ଅତିକ୍ରମ କରିଥିଲେ । ଏହି ଜଳ ଯାତ୍ରା ସମୟରେ ସେମାନେ ବାଲୁଗାଁ କୃଷ୍ଣ ପ୍ରସାଦ ଗଡ କାଳିଜାଇ ପାହାଡ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ଏହି ସମୟରେ କ୍ୟାଡେଟମାନେ ସମୁଦ୍ରରେ ନୌ ଚାଳନା ସହନଶୀଳତା ସାମାଜିକ ଦାଇତ୍ୱ ବୋଧ ଶିକ୍ଷା ଦିଆଯାଇଥିଲା । ଉଦ୍ୟାପନୀ ସମାରୋହରେ ତୃତୀୟ ଓଡିଶା ନାଭାଲ ୟୁନିଟ ଏନସିସି କମାଇଣ୍ଡଂ ଅଫିସରେ କମାଇଣ୍ଡର ସୁଶାନ୍ତ ମହାନ୍ତି ଯୋଗ ଦେଇ ଏହି ନୌ ଯାତ୍ରା କ୍ୟାଡେଟଙ୍କ ନୌକା ଚାଳନା କୌଶଳ ନେତୃତ୍ୱ ବୋଦ୍ଧ ପରସ୍ପର ମଧରେ ସମନୁ୍ୟୟ ରକ୍ଷା ସହ ଜାତୀୟ ଏକତା ଶିଷ୍ଟାଚାର ଓ ସାହସ ସୃଷ୍ଟି କରିବା ସହ ଆଗକୁ ଯିବାକୁ ପ୍ରେରଣା ଦେଇଛି । କ୍ୟାଡେଟମାନେ ଏହି ନୌ ଯାତ୍ରାର ଅନୁଭୂତି ପ୍ରକାଶ କରିଥିଲେ ।