ଡିସେମ୍ବର ୧ ରୁ ଆରମ୍ଭ ହେବ ସଂସଦର ଶୀତଅଧିବେଶନ

ଡିସେମ୍ବର ୧ ରୁ ଆରମ୍ଭ ହେବ ସଂସଦର ଶୀତଅଧିବେଶନ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ରୁ ଆରମ୍ଭ ହେବ । ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର୧ରୁ ଆରମ୍ଭ ହୋଇ ୧୯ତାରିଖ ପର୍ୟ୍ୟନ୍ତ ଚାଲିବ । ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜଜୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ପ୍ରସ୍ତାବିତ ଅଧିବେଶନ ତାରିଖକୁ ଅନୁମୋଦନ କରିଛନ୍ତି । 

      ସୋସିଆଲ ମିଡିଆରେ ପୋଷ୍ଟ କରି କିରଣ କହିଛନ୍ତି, “ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଡିସେମ୍ବର ୧, ୨୦୨୫ ରୁ ଡିସେମ୍ବର ୧୯, ୨୦୨୫ ପର୍ୟ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ପାଇଁ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏକ ଗଠନମୂଳକ ଏବଂ ଫଳପ୍ରଦ ଅଧିବେଶନ ପାଇଁ ଅପେକ୍ଷା କରୁଛି ଯାହା ଆମର ଗଣତନ୍ତ୍ରକୁ ମଜବୁତ କରିବ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବ ।”