ସୁସ୍ଥ ହୋଇ ଫେରିଲେ ୬୦
କୁଆଖିଆ: ରସୁଲପୁର ବ୍ଲକର ପ୍ରଥମଖଣ୍ଡ ପଞ୍ଚାୟତ ଗୋପାଳପୁର ଏବଂ ଓଡିଶୋ କରଂଜିଆରି ଗ୍ରାମ ପ୍ରଭୃତି ମାନଙ୍କରେ ରୋଗୀ ମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ବ୍ଲକର ଗୋପାଳପୁର ଗ୍ରାମର କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଧର୍ମଶାଳା ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ମଧ୍ୟ ଉକ୍ତ ଗ୍ରାମର ଶରତ ପ୍ରଧାନ ଘରର ୪ଜଣ ଏବଂ ଇନ୍ଦ୍ରମଣି ଦାସ ପରିବାରର ୫ ଜଣ ସଦସ୍ୟ ରୋଗାକ୍ରାନ୍ତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ସିଂହାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଯାଉଥିବା କରଂଜିଆରି ଗ୍ରାମର ଜଣେ ବୃଦ୍ଧା ଏହି ରୋଗରେ ପିଡିତ ହୋଇ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଛି । ଘଟଣା ସମ୍ପର୍କରେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଶାୟତଙ୍କୁ ପଚାରିବାରେ ଗତକାଲି ସକାଳ ଠାରୁ ୬୦ରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସା କରି ସେମାନଙ୍କ ଘରକୁ ପଠାଇଥିବା ବେଳେ ଆଜି ସକାଳୁ ୯ରୁ ୧୪ଜଣଙ୍କୁ ଚିକିତ୍ସା କରି ଘରକୁ ପଠାଯାଇଛି ବୋଲି କହିଛନ୍ତି ।