ଏନସିସି ଶିିବିରରେ ହାଇସ୍କୁଲ କ୍ୟାଡେଟଙ୍କ ସଫଳତା
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ତଥା ଆର୍ମୀ ଏନ.ସି.ସି. ଏକାଡେମୀର ଦ୍ୱିତୀୟ ବର୍ଷ କ୍ୟାଡେଟ ଦୁର୍ଗେଶ ନନ୍ଦିନୀ ସାହୁ ସଫଳତା ଅର୍ଜ୍ଜନ କରିଛନ୍ତି । ଭଦ୍ରକ ମହାବିଦ୍ୟାଳୟ ପରିସରରେ ଥିବା ଏନ.ସି.ସି. ସପ୍ତମ ଓଡିଶା ବ୍ୟାଟାଲିଅନ ପକ୍ଷରୁ ତିହିଡି ଦହପାଣିଆ ହାଇସ୍କୁଲରେ ଗତ ୧୫ ତାରିଖରୁ ଅନୁଷ୍ଠିତ କ୍ୟାମ୍ପରେ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କ୍ରୀଡା ଶିକ୍ଷକ ତଥା ଏନ.ସି.ସି. ଅଧିକାରୀ ମାନସ କୁମାର ସାହୁଙ୍କ ତତ୍ତ୍ୱାଧାନରେ ଦୁର୍ଗେଶ ଅଂଶଗ୍ରହଣ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଶନିବାର ଅନୁଷ୍ଠିତ ଉଦଯାପନୀ ଉସôôବରେ ଏନ.ସି.ସି. ସପ୍ତମ ଓଡିଶା ବ୍ୟାଟାଲିଅନ କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ଶୈଳେନ୍ଦ୍ର ସିଂ ରଘୁବଂଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ କ୍ୟାଡେଟଙ୍କୁ ପୁରସ୍କୃତ କରିଥିଲେ ।