ଟ୍ରାକ୍ଟର ଧକ୍କାରେ ବାପଝିଅ ଗୁରୁତର
ବ୍ୟାସନଗର : ଗୁରୁବାର ସକାଳେ ରାଛିପୁର ଛକରେ ବାଇକକୁ ଟ୍ରାକ୍ଟର ଧକ୍କା ଦେବାରୁ ବାପ ଝିଅ ଗୁରୁତର ହୋଇଛନ୍ତି । ସୂଚନ ଅନୁଯାୟୀ ନେଳିବାରି ଗ୍ରାମର ବିକେଶ ଦଳେଇ ବ୍ୟାଙ୍କରୁ ଟଙ୍କା ଉଠାଇ ଝିଅ ସହିତ ବାଇକରେ ଘରକୁ ଫେରୁଥିଲେ । ହଠାତ ରାଛିପୁର ଛକରେ ଏକ ବାଲି ବୋଝେଇ ଟ୍ରାକ୍ଟର ଦ୍ରୁତଗତିରେ ଆସି ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକରୁ ବିକେଶ ଓ ତାଙ୍କ ଝିଅ ସନ୍ଧ୍ୟାରାଣୀ ଛିଟିକି ପଡି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ସନ୍ଧ୍ୟାରାଣୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।