ଜମିଜମା ବିବାଦ; ଘରକୁ ଯିବା ପାଇଁ ରାସ୍ତା ବନ୍ଦ

ଦାନଗଦୀ: କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଗାଡିଆ ଗାଁରେ ଜଣେ ବ୍ୟକ୍ତିଙ୍କ ସ୍ଥିତିବାନ ଜାଗା ଉପରେ ଥିବା ଘରକୁ ଭାଙ୍ଗି ତାଙ୍କୁ ଗାଳିଗୁଲଜ ମାଡ଼ପିଟି କରି ଜୋର ଜବରଦସ୍ତ ସେହି ଜାଗାରେ ମଣ୍ଡପ କରୁଥିବା ଥାନାରେ ଅଭିଯୋଗ ହୋଇଛି । ଗ୍ରାମର ପୀତବାସ ମଲ୍ଲିକଙ୍କର ପୁଅ ବିଜୟ ପ୍ରତାପ ମଲ୍ଲିକଙ୍କ ଅଭିଯୋଗ ମୁତାବକ ତାଙ୍କ ଘରବାରି ଖାତା ନମ୍ବର ୫୮ପ୍ଲଟ ନମ୍ବର ୭୫୧ରେ ରକବା ୧୮ ଡିସିମିଲ ଜାଗାରେ ଥିବା ସ୍ଥିତିବାନ ଜାଗାରେ ଥିବା ଏକ ଚାଳଘରକୁ ଗ୍ରାମର କେତଜଣ ବାହୁବଳୀ ଜୋର ଜବରଦସ୍ତ ମେସିନ ଲଗାଇ ଭାଙ୍ଗି ସେଠାରେ ମଣ୍ଡପ କାମ କରୁଛନ୍ତି । ଅଭିଯୋଗକାରୀ ଏ ବିଷୟରେ ସ୍ଥାନୀୟ ସୁକିନ୍ଦା ତହସିଲଦାର ଓ କଳିଙ୍ଗନଗର ଥାନାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନି । ତହସିଲ ପକ୍ଷରୁ ଯେଉଁ ରାଜସ୍ୱ ନିରୀକ୍ଷକ ଯେଉଁ ଚିହ୍ନଟ ଆସି ଦେଇଥିଲେ ତାକୁ ମଧ୍ୟ ନମାନି ଭିତରକୁ ଜାଗା ମାଡିବସି କାମ କରୁଛନ୍ତି । ଏବିଷୟରେ ସୁକିନ୍ଦା ତହସିଲ ଅଫିସ କହିବା କଥା ଆମେ ସୁରକ୍ଷା ଦେଇ ପାରିବୁ ନାହିଁ । ପୁଲିସ ଦେବ ନଚେତ କୋର୍ଟ ବିଚାର କରିବ ବୋଲି କହୁଛନ୍ତି । ପୁଲିସଙ୍କର କହିବା କଥା ତାଙ୍କର ସ୍ଥିତିବାନ ଜାଗାରେ କେହି ହାତ ମାରି ନାହଁନ୍ତିା ଜଙ୍ଗଲ ଜମିରେ ସେ ଯେଉଁ ବାରଣ୍ଡା ବଢ଼ାଇକି ରଖିଥିଲେ ତାହା ରାଜସ୍ୱ ନିରୀକ୍ଷକଙ୍କର ଚିହ୍ନଟ ପରେ ଗ୍ରାମବାସୀ କାମ କରିଛନ୍ତି ବୋଲି କୁହାଯାଇଛି ।