ସୂର୍ଯ୍ୟମନ୍ଦିର ପରିଦର୍ଶନ କଲେ ରାଜ୍ୟସଭା ଉପାଧ୍ୟକ୍ଷ
କୋଣାର୍କ : ଶନିବାର ଅପରାହ୍ନରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କମିଟି ଅଧ୍ୟକ୍ଷ, ସାଂସଦ ଓ ବିଧାୟକମାନେ ଆସିଥିଲେ । ରାଜ୍ୟସଭା ଉପାଧ୍ୟକ୍ଷ ଏଠାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାଖ୍ୟାନ କେନ୍ଦ୍ରରେ ସ୍ୱାଗତ କରାଯାଇଥିଲା । ଗାଇଡ ପ୍ରଦୀପ୍ତ ମଲ୍ଲ ସୂର୍ଯ୍ୟମନ୍ଦିର ଇତିହାସ ସମ୍ପର୍କରେ ଟିକିନିଖି ଭାବେ ବୁଝାଇଥିଲା । ଉପାଧ୍ୟକ୍ଷ ଶ୍ରୀ ହରିବଂଶ ସୂର୍ଯ୍ୟମନ୍ଦିର କାରୁକାର୍ଯ୍ୟ ଦେଖି ଭାବ ବିହ୍ୱଳ ହୋଇଥିଲେ । ଏହି ଗସ୍ତ ସମୟରେ ପୁରୀ ଜିଲ୍ଲା ବିଜେପି ସଭାପତି ଡ଼ଃ ଦେବେନ୍ଦ୍ର ତରାଇ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର,ଉପଜିଲ୍ଲାପାଳ ରାଜକିଶୋର ଜେନା, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର,ଏଏସଆଇ ସର୍କଲ ସୁପରିଟେଣ୍ଡେଟ ଡଃ ଡିବି ଗଡ଼ନାୟକ,ଅତିରିକ୍ତ ଏସପି ସୌମ୍ୟ ମଲ୍ଲିକ,ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ଯାତ୍ରୀନିବାସ ପରିଚାଳକ ବାପି ରଞ୍ଜନ ସାହୁ ପ୍ରମୁଖ ପ୍ରଶାସନିକ ପଦାଧିକାରୀ ଉପସ୍ଥିତ ଥିଲେ ।