ପ୍ରି-ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ ମାମଲା, ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱୟଂ ସହାୟକ ଗୋଷ୍ଠୀ
ାା ପ୍ରଭାନୁ୍ୟଜ ।ା ଚମ୍ପୁଆ: ଚମ୍ପୁଆ ସ୍ୱମନିତ ଶିଶୁ ବିକାଶ ବିଭାଗ ଅଧିନରେ ଥିବା ପ୍ରି ସ୍କୁଲ ଛାତ୍ରଛାତ୍ରିଙ୍କ ନିମନ୍ତେ ପୋଷାକ ଯୋଗାଣ ନେଇ ବିବାଦ ଦେଖାଦେଇଛି । ଏ ନେଇ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମାମଲାର ତଦନ୍ତ ସହିତ ଗାଇଡ ଲାଇନ ଅନୁଯାୟୀ କାର୍ଯ୍ୟ କରାଯାଇନଥିବା ଅଭିଯୋଗ କରିବା ସହିତ ଉପଜିଲ୍ଲାପାଳଙ୍କୁ ଲିଖିତ ଦାବି ଜଣାଇଛନ୍ତି ।
ଉପଜିଲ୍ଲାପାଳ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ସଜତ ମାର୍କେଙ୍କୁ ଏହି ଦାବି ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ଚମ୍ପୁଆ ବ୍ଲକର ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ପ୍ରି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଣ ନିମନ୍ତେ ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା । ତଦନୁସାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ଏ ନେଇ ଆବେଦନ କରାଯାଇଥିଲା । ମାତ୍ର ଗାଇଡଲାଇନ ଅନୁକରଣ କରାନଯାଇ ମନଇଚ୍ଛା ନିର୍ଦ୍ଧିଷ୍ଠ ୪ ଗୋଟି ଗ୍ରୁପକୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଫଳରେ ଏହାକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହିତ ସିଡିପିଓଙ୍କ ମନମାନିକୁ ବିରୋଧ କରାଯାଇଛି । ଏହାକୁ ବିଧିବଧ ଭାବେ ତଦନ୍ତ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଦାବି କରିବା ସହିତ ଗାଇଡ ଲାଇନ ଅନୁଯାୟୀ ଗ୍ରୁପ ଚୟନ କରିବାକୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଦୀର୍ଘଦିନ ହେବ ବିଏଲଏଫ ନୂତନ ଭାବେ ଗଠିତ ହୋଇଥିଲେ ମଧ୍ୟ ପୂର୍ବତନ ବିଏଲଏଫ ଆଜି ପର୍ଯ୍ୟନ୍ତ ନୂତନ ବିଏଲଏଫ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିନଥିବା ଅଭିଯୋଗ କରିଛନ୍ତି ।