ସୋଫିଆ-ସୁବାସଙ୍କ ମଧ୍ୟରେ କଥା କଟା କଟି ; ମେୟର କଟକ ସହରକୁ ବୁଡ଼ାଇ ଦେଇଛନ୍ତି : ସୋଫିଆ
କଟକ: ଆଜି ବାରବାଟୀ କଟକ ବିଧାୟିକା ସୋଫିଆ ଫିଦେ୍ର୍ଦାଷ ଓ କଟକ ମେୟର ସୁବାସ ସିଂହଙ୍କ ମଧ୍ୟରେ ତୁ-ତୁ-ମେଁ-ମେଁ ଦେଖିବାକୁ ମିଳିଥିଲା । ସିଏମସି ମେୟର ଶ୍ରୀ ସିଂହକୁ ନ ଡାକି କମିଶନର ଓ ଅଧିକାରୀଙ୍କ ସହ ବିଧାୟିକା ସୋଫିଆ ଫିଦେ୍ର୍ଦାଷ ମଙ୍ଗଳବାର ଏକ ସମୀକ୍ଷା ବୈଠକ କରିଛନ୍ତି । ମେୟରଙ୍କ ବିଷୟରେ ପଚାରିବାରୁ ସୋଫିଆ କହିଛନ୍ତି ଯେ, ମେୟର କାମ କରି ପାରୁନାହାନ୍ତି । ମେୟର କଟକ ସହରକୁ ବୁଡ଼ାଇ ଦେଇଛନ୍ତି ବୋଲି ସୋଫିଆ କହିଛନ୍ତି । ମିଟିଂ ଅଧାରୁ ମେୟର ପଳାଉଛନ୍ତି, ଲୋକଙ୍କ କଥା ବୁଝୁନାହାନ୍ତି । ମୁଁ ବିଧାୟିକା ହିସାବରେ ସମୀକ୍ଷା କରିପାରିବି, ସେଥିପାଇଁ କରୁଛି ବୋଲି ବିଧାୟିକା ସୋଫିଆ ଫିଦେ୍ର୍ଦାଷ କହିଛନ୍ତି । ସୋଫିଆଙ୍କ କଟାକ୍ଷ ପରେ ମେୟର ଶ୍ରୀ ସିଂହ ତାଙ୍କ ପ୍ରତିକି୍ରୟାରେ ସୋଫିଆଙ୍କୁ ଆକ୍ସିଡେଣ୍ଟାଲ ଏମଏଲଏ କହି ତାସôଲ୍ୟ କରିଛନ୍ତି । ତାଙ୍କୁ ସମୀକ୍ଷା କରିବା ପାଇଁ ଅଧିକାର ଦେଲା କିଏ ବୋଲି ମେୟର ପ୍ରଶ୍ନ କରିଛନ୍ତି । ବିଧାୟିକା କେବଳ ପ୍ରସ୍ତାବ ଦେଇପାରିବେ ବୋଲି ମେୟର କହିଛନ୍ତି । କଟକଙ୍କୁ ତାଙ୍କ ପରିବାର ବିପର୍ଯ୍ୟସ୍ତ କରିଛି । ପୋଖରୀ ପୋତି ବ୍ୟବସାୟ କରିଛନ୍ତି । ସୋଫିଆ କଟକରେ ଇଟା ଖଣ୍ଡେ ଯୋଡ଼ି ନାହାନ୍ତି । ଏଭଳି ବିଧାୟିକାଙ୍କୁ ଦେଖିବା କଟକ ବାସୀଙ୍କ ପାଇଁ ଦୁର୍ଭାଗ୍ୟ ବୋଲି ମେୟର ସିଂହ କହିଛନ୍ତି ।