୧୧୯ ବର୍ଷରେ ପାଦ ଥାପିଲା ଟାଟା ଷ୍ଟିଲ୍

 ଭୁବନେଶ୍ୱର : ୧୯୦୭ ମସିହା ଅଗଷ୍ଟ ୨୬ରେ ଅବିଭକ୍ତ ଓଡ଼ିଶା-ବିହାର-ବେଙ୍ଗଲରେ ଥିବା ସାକଚିଠାରେ ଇସ୍ପାତ କାରଖାନା, ଟାଟା ଆଇରନ ଆଣ୍ଡ ଷ୍ଟିଲ କମ୍ପାନି(ଟିସ୍କୋ) ଆରମ୍ଭ ହୋଇଥିଲା । ଦୂରଦର୍ଶୀ ଉଦ୍ୟୋଗପତି ଜାମସେଟଜୀ ନୁସେରୱାନଜୀ ଟାଟା (ଜେଏନ୍ଟାଟା)ଙ୍କ ମାନସ ସନ୍ତାନ ଥିଲା ଏହି ଇସ୍ପାତ କାରଖାନା । ଏହା କେବଳ ଇସ୍ପାତ ଯୋଗାଇ ନଥିଲା, ବରଂ ଏକ ଯୁବରାଷ୍ଟ୍ରର ମେରୁଦଣ୍ଡକୁ ଶକ୍ତିଶାଳୀ କରିଥିଲା । ଟାଟାଷ୍ଟିଲ୍ ନିଜର୧୧୯ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଏହା ଶିଳ୍ପ ଉକôର୍ଷତା ଏବଂ କର୍ପୋରେଟ୍ ନାଗରିକତାର ଏକ ଆଦର୍ଶଭାବରେ ପ୍ରତିଷ୍ଠିତ ହୋଇଛି ଯାହା ଏହାର ପ୍ରତିଷ୍ଠାତାଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ।  ଜେଏନ୍ଟାଟା ଯେତେବେଳେ ପ୍ରଥମେ ଭାରତରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଚିନ୍ତା କରିଥିଲେ, ତାହା ସେହିସମୟ ତୁଳନାରେ ଆଗୁଆ ସ୍ୱପ୍ନ ଥିଲା । ୧୯୦୭ ମସିହାରେ ଜାମସେଦ ପୁରରେ ଟାଟାଷ୍ଟିଲ ଜନ୍ମହୋଇଥଲା । ଟାଟାଷ୍ଟିଲ ପ୍ରତିଷ୍ଠା ସେତେବେଳେ ହୋଇଥିଲା ଯେତେବେଳେକି ଆଧୁନିକ ଭାରତଏହାର ଡେଣା ମେଲାଇବା ଆରମ୍ଭ କରୁଥିଲା ।୧୯୦୦ ଦଶକର ପ୍ରାରମ୍ଭରେ ଶ୍ରମିକ କଲ୍ୟାଣ ଏବଂ ସହରୀ କରଣ ଯୋଜନାର ଅଗ୍ରଗାମୀ ଭୂମିକାରୁ ଆରମ୍ଭ କରି ଅତ୍ୟାଧୁନିକ ଉତ୍ପାଦନ, ସମାଜ କଲ୍ୟାଣ, ପରିବେଶ ସଂରକ୍ଷଣ ଏବଂ ନୈତିକ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ପର୍ଯ୍ୟନ୍ତ ଟାଟାଷ୍ଟିଲ ଏକ ଉଦେ୍ଦଶ୍ୟପୂର୍ଣ୍ଣ ଉଦ୍ୟଗ ଭାବରେ ପ୍ରତିଷ୍ଠିତହୋଇଛି । ଟାଟାଷ୍ଟିଲ୍ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ବିଶ୍ୱଯୁଦ୍ଧ, ଆର୍ଥôକ ସଙ୍କଟ ଏବଂ ପ୍ରଯୁକ୍ତିଗତ ବିପ୍ଲବକୁ ସାମ୍ନା କରିଛି । ଭାରତର ପ୍ରଥମ ସମନ୍ୱିତ ଇସ୍ପାତ କାରଖାନାରୁ ବିଶ୍ୱର ସର୍ବବୃହତ ସମନ୍ୱିତ ଇସ୍ପାତ ଉତ୍ପାଦନକାରୀଙ୍କ ମଧ୍ୟରୁ ଅନ୍ୟତମରେ ପରିଣତ ହେବା ପର୍ଯ୍ୟନ୍ତ ଟାଟାଷ୍ଟିଲର ସଫଳତା ଏବଂ ଗ୍ରହଣୀୟ ତାର ଭାବ ଦ୍ୱାରା ପରିଚିତ ହୋଇଛି । ଟାଟାଷ୍ଟିଲ୍ ଯଦିଓ ଜାମସେଦପୁରରେ ସ୍ଥାପିତ ହୋଇଥିଲା, କିନ୍ତୁ ଏହାର ଓଡିଶା ସହିତ ଏକ ଶତାବ୍ଦୀ ପୁରୁଣା ଦୃଢ ÿସମ୍ପର୍କ ମଧ୍ୟ ରହିଛି । ଖଣି କାର୍ଯ୍ୟଠାରୁ ଆରମ୍ଭ କରି ବର୍ତ୍ତମାନ ଓଡ଼ିଶାରେ କମ୍ପାନିର ତିନିଟି ଇସ୍ପାତ କାରଖାନା, ଗୋଟିଏ ଶିଳ୍ପ ପାକ ର୍ଏବଂ ଫେରୋ ଆଲୟଜ ବ୍ୟବସାୟ ରହିଛି, ଯାହା ଦେଶରେଟାଟାଷ୍ଟିଲ୍ର ଅଭିବୃଦ୍ଧି ଆକାଂକ୍ଷାର କେନ୍ଦ୍ରସ୍ଥଳରେ ପରିଣତହୋଇଛି । ବର୍ତମାନ ସୁଦ୍ଧା୧,୦୦,୦୦୦କୋଟି ଟଙ୍କାରୁ ଅଧିକ ନିବେଶ ସହିତ ଓଡିଶା ବର୍ତ୍ତମାନ ଟାଟାଷ୍ଟିଲ ସର୍ବବୃହତ ନିବେଶ ସ୍ଥଳ ପାଲଟିଛି  ।