ଧର୍ମଶାଳା ମହୋତ୍ସବ ଉଦ୍ଘାଟିତ : ମହୋତ୍ସବ ଭାଇଚାରା ଓ ଏକତାକୁ ଦୃଢ କରିଥାଏ: ମନ୍ତ୍ରୀ
ଧର୍ମଶାଳା: ମହୋସôବ ଭାଇଚାରା, ଏକତାକୁ ଦୃଢ କରିଥାଏ । ମାଟିର ମହକୁ ପରିସ୍ପୁଟିତ କରିଥାଏ । ଗୋଟିଏ ସ୍ଥାନରେ ସବୁବର୍ଗର ଲୋକ ଏକାଠି ହୋଇ ମଜା ଉଠାଇବା ସହ ଭାବର ଆଦାନ ପ୍ରଦାନ ପାଇଁ ମିଳୁଥିବା ସୁଯୋଗକୁ ମହୋସôବ କୁହାଯାଏ । ଯେଉଁଠି ଆନନ୍ଦ ଉଲ୍ଲାସ ମିଳିଥାଏ ତାହା ହେଉଛି ମହୋସôବ ବୋଲି ସମବାୟ ଏବଂ ବୟନ ଶିଳ୍ପମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଧର୍ମଶାଳା ମହୋତ୍ସବକୁ ଉଦ୍ଘାଟନ କରିବା ଅବକାଶରେ ମତବ୍ୟକ୍ତ କରିଥିଲେ । ମହୋତ୍ସବ କମିଟି ସଭାପତି ରବିନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନ ଉସôବରେ ଅତିଥି ଭାବେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ ଧର୍ମଶାଳା ମାଟିର ସଂସ୍କୃତି, ପରମ୍ପରା ଓ ଅସ୍ମିିତାର କଥା କହିଥିଲେ । ଅନ୍ୟତମ ଅତିଥି ତଥା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗ ଦେଇ ଧର୍ମଶାଳା ମାଟିର ସ୍ୱାଭିମାନ ବଞ୍ଚାଇ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ରହିଛି । ବିଗତ ୨୦ବର୍ଷ ଧରି ମହୋସôବକୁ ଯେଭଳି ଭାବେ କରାୟତ କରି ରଖାଯାଇଥିଲା ଏବଂ କାହାରିକୁ ସମ୍ମାନ ମିଳୁନଥିଲା । ମହୋସôବକୁ ଲୋକାଦ୍ରୁତ କରିବା ପାଇଁ ଯାହା ଆବଶ୍ୟକ ସେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟତମ ଅତିଥି ବରୀ ବିଜେପି ନେତା ଉମେଶ ଜେନା, ବିଜେପି ଜିଲା ସଭାପତି ଗୌତମ ରାୟ, ବିଜେପି ନେତା ପବିତ୍ର ମୋହନ ଦାସ ଏବଂ ମହୋତ୍ସବ କମିଟିର ସଭାପତି ରବୀନ୍ଦ୍ର ନାରାୟଣ ସାହୁ, ସାଧାରଣ ସମ୍ପାଦକ ସତ୍ୟପ୍ରିୟ ମହାନ୍ତି ଯୋଗ ଦେଇଧର୍ମଶାଳା ମହୋତ୍ସବ ପ୍ରତ୍ୟେକ ବର୍ଷ ଠାରୁ ଏହି ବର୍ଷ ଏକ ନିଆରା ମହୋତ୍ସବ ଭାବେ