ଶିକ୍ଷକ ଅଭାବ ନେଇ ଛାତ୍ରଛାତ୍ରୀଙ୍କ ଧାରଣା
ନିଶ୍ଚିନ୍ତକୋଇଲି : ବାଳକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ ଗେଟ୍ରେ ତାଲା ପକାଇ ଧାରଣରେ ବସିଥିବା ଦେଖିବାକୁ ମିଳିଥିଲା । ପ୍ରକାଶ ଯେ, ବାଳକୃଷ୍ଣ ସରକାରୀ ବିଦ୍ୟାଳୟର ୧୮୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଦେଖାଦେଇଛି । ବିଦ୍ୟାଳୟରେ ଗତ ୩୦ ତାରିଖ ଦିନ ଜଣେ ଗଣିତ ଶିକ୍ଷକ ଅବସର ନେବା ପରେ ନୂତନ ଶିକ୍ଷକ ଆସିନଥିଲେ । ଯାହାଦ୍ୱାରାକି ପିଲାମାନଙ୍କର ଗଣିତ ଓ ବିଜ୍ଞାନ ପାଠ ପଢା ପାଇଁ ଘୋର ବ୍ୟତିକ୍ରମ ହେଉଥିଲା । ଏହାପରେ ମଧ୍ୟ ଏହି ବିଦ୍ୟାଳୟର ଜନୈକ ହିନ୍ଦୀ ଶିକ୍ଷକ ଡେପୁଟେସନରେ ଅନ୍ୟ ଏକ ସ୍କୁଲକୁ ଯାଉଥିଲାବେଳେ ସେହି ବିଦ୍ୟାଳୟର ଜଣେ ଖେଳ ଶିକ୍ଷକ ଅନ୍ୟତ୍ର ଏକ ସ୍କୁଲକୁ ଡେପୁଟେସନରେ ମଧ୍ୟ ଯାଇଛନ୍ତି । ପିଲାମାନେ ଖେଳ କୁଦରୁ ବଞ୍ଚôତ ରହୁଥିବାବେଳେ ହିନ୍ଦୀ ପଢାରୁ ମଧ୍ୟ ବଞ୍ଚôତ ହେଉଥିଲେ । ଏବେ ବିଦ୍ୟାଳୟର କାଗଜପତ୍ର କାର୍ଯ୍ୟ କରିବା ପାଇଁ କିରାଣୀ ମଧ୍ୟ ନାହାଁନ୍ତି । ଆଉ ଜଣେ ଶିକ୍ଷକ ସରକାରୀ କାର୍ଯ୍ୟରେ ନିୟୋଜିତ ରହୁଥିଲାବେଳେ ଛାତ୍ରଛାତ୍ରୀମାନେ ପାଠ ପଢାରେ ବହୁ ବ୍ୟତିକ୍ରମ ଦେଖାଦେଇଛି । ଏ ନେଇ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ସେ କର୍ଣ୍ଣପାତ କରିନଥିଲେ । ଏହା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଯାହାଫଳରେ ଅଭିଭାବକମାନେ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ । ଖବର ପାଇ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚô ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରି ବିଦ୍ୟାଳୟକୁ ପ୍ରବେଶ କରିଥିଲେ । ଏହାପରେ ମଧ୍ୟାହ୍ନ ଭୋଜନ ଓ ଏକ ମାସ ଭିତରେ ଗଣିତ ଶିକ୍ଷକ ଯୋଗାଇ ଦେବା ପାଇଁ ବିଧାୟକ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ । ତେବେ ବିଧାୟକଙ୍କ ପ୍ରତିଶ୍ରୁତି ପରେ ଅଭିଭାବକମାନେ ଧାରଣାରୁ ଉଠିଥିଲେ । ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷାଧିକାରିଣୀ ବିଦ୍ୟାଳୟକୁ ନ ଯିିବା ଯୋଗୁଁ ପିଲାଙ୍କର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇ ଯାଉଛି । ମଣ୍ଡଳ ଶିକ୍ଷାଧିକାରିଣୀଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରାଯିବା ସହ ତୁରନ୍ତ ତାଙ୍କୁ ବଦଳି କରିବା ପାଇଁ ସ୍ଥାନୀୟ ଅଭିଭାବକ ଓ ବୁଦ୍ଧିଜୀବୀ କହିଛନ୍ତି ।