ସୌମ୍ୟାଶ୍ରୀଙ୍କ ମୃତୁ୍ୟକୁ ନେଇ କଂଗ୍ରେସ ଓ ବିଜେଡ଼ିର ବିକ୍ଷୋଭ

 କେନ୍ଦ୍ରାପଡା:  ଫକିର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୋ÷ମ୍ୟାଶ୍ରୀ ବିଶିଙ୍କ ମୃତୁ୍ୟର ନ୍ୟାୟ ଦାବିରେ କେନ୍ଦ୍ରାପଡା ସ୍ୱୟଂଶାସିତ କଲେଜ ସମ୍ମୁଖରେ କେନ୍ଦ୍ରାପଡା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୌମ୍ୟାଶ୍ରୀଙ୍କୁ ଉଚିତ୍ ନ୍ୟାୟ କିପରି ମିଳିବ ଓ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଦାବିରେ ସଭାପତି ଦିବ୍ୟ ରଞ୍ଜନ ରାଉତଙ୍କ ନେତୃତ୍ୱରେ କେନ୍ଦ୍ରାପଡାର ବହୁ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସର କର୍ମିମାନେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଇସ୍ତଫା ଦାବି କରିବା ସହିତ ତାଙ୍କ କୁଶପୁତଳିକା ଦାହ କରିଥିଲେ । କାର୍ଯ୍ୟକ୍ରମରେ ପାଟକୁରା ବିଧାୟକ ପାର୍ଥୀ ରତିକାନ୍ତ କାନୁନଗୋ, ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଦାସ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, କେନ୍ଦ୍ରାପଡ଼ା ବିଧାୟିକା ପାର୍ଥୀ ଡଃ ସିପ୍ରା ମଲ୍ଲିକ, ଆଳି ଯୁବ କଂଗ୍ରେସ ସଭାପତି ରାଜମୋହନ ସ୍ୱାଇଁ, ଆଳିବ୍ଲକ କଂଗ୍ରେସ ସଭାପତି ରବିନାରାୟଣ ବେହେରା, ଯୁବ ନେତା ଉମେଶ ପାଢୀ, ସୌମ୍ୟ ରାଉତ, ଜ୍ୟୋତି ପ୍ରକାଶ ରାଉତ, ହିମାଦ୍ରି ପତି ସମେତ ବହୁ ଛାତ୍ର ଓ ଯୁବକ ଏହି ବିକ୍ଷୋଭ କର୍ଯ୍ୟକର୍ମରେ ଯୋଗଦେଇ ଥିଲେ ।
ପଟ୍ଟାମୁଣ୍ଡାଇ  : ପଟ୍ଟାମୁଣ୍ଡାଇ କଲେଜ ସମୁଖରେ ଆଜି ବାଲେଶ୍ୱର ଛାତ୍ରୀ ମୃତୁ୍ୟ ଘଟଣାରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ପଟ୍ଟାମୁଣ୍ଡାଇ ଛାତ୍ରବିଜେଡି,ସବୁ ଦିଗରୁ ନ୍ୟାୟ ଭିକ୍ଷା କରି ବିଫଳ ହୋଇ ଜୀବନ ହାରିଥିବା ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମାଶ୍ରୀ ବିଶିଙ୍କ ମାମଲାରେ ସରକାରଙ୍କ ଚରମ ବିଫଳତାର ପ୍ରତିବାଦ ଓ ମାମଲାର ନ୍ୟାୟିକ ତଦନ୍ତ ଓ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ପଟ୍ଟାମୁଣ୍ଡାଇ ନଗର ଯୁବ ବିଜେଡି ସଭାପତି ଅଶୋକ ଧଳ, ଯୁବ ବିଜେଡି ନେତା ବାବନ ସାହୁ, ଦିଲ୍ଲୀପ ସେଠୀ, ଅଭିରାମ ସ୍ୱାଇଁ, ଏମଡିପପୁଙ୍କ ସହଯୋଗରେ ପଟ୍ଟାମୁଣ୍ଡାଇ ଛାତ୍ର ବିଜେଡି ପକ୍ଷରୁ ପଟ୍ଟାମୁଣ୍ଡାଇ କଲେଜରେ ଛାତ୍ର ଆନେ୍ଦାଳନ କରାଯାଇଛି ଓ ପଟ୍ଟାମୁଣ୍ଡାଇ ଛାତ୍ର ବିଜେଡି ସଭାପତି ଦେବାଶିଷ ନାୟକ, କ୍ୟାମ୍ପସ ପ୍ରେସିଡେଣ୍ଟ ଅନମୋଲ ରାଉତ, ସ୍ମୃତି ରଞ୍ଜନ ପାଢ଼ୀ, ଶାରଦା ପ୍ରସନ୍ନ ରାଉତ ସ୍ନେହାଶିଷ ମଲ୍ଲିକ, ଓମ ପ୍ରକାଶ ଦାଶ, କୁନା ବିଶ୍ୱାଳ, ଜଗଦୀଶ ତ୍ରିପାଠୀଙ୍କ ନେତୃତ୍ୱରେ ବହୁ ଛାତ୍ରଛାତ୍ରୀ ପଟ୍ଟାମୁଣ୍ଡାଇ କଲେଜରେ ସରକାର ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ  ।
ରାଜନଗର : ବାଲେଶ୍ୱର ଏଫ.ଏମ. ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମ ହତ୍ୟା କରିବା ଘଟଣା ରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ ସହ ମୁଖ୍ୟମନ୍ତ୍ରୀ ଓ  ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ନେତା ପୂର୍ବତନ ଛାତ୍ର ସଂସଦ ସଭାପତି ସୌରଭ କୁମାର ଜେନା ଓ ସୁଶିଲ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ଏହି କାର୍ଯ୍ୟକ୍ରମରେ ପ୍ରିୟ ରଞ୍ଜନ ରାଉତ, ସ୍ନେହାଶିଷ୍ ଜେନା, ଅଭିରାମ ରାଉତ, ଜୟପ୍ରକାଶ ରାଉତ, ବାଦଲ କୁମାର ଜେନା, ଶୈଳେଶ କୁମାର ସ୍ୱାଇଁ ସଂଜୟ କୁମାର ସାହୁ, ମନୀଷା ପ୍ରଧାନ, ମୋନାଲିସା ମଲ୍ଲିକ, ସ୍ୱାଗତିକା ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ ଥିଲେ ।
ନାଉଗାଁ  : ନାଉଗାଁ ବ୍ଲକ ସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ମହାବିଦ୍ୟାଳୟ ସମ୍ମୁଖରେ ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଲେଶ୍ୱରର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ମହାବିଦ୍ୟାଳୟ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତ ଅଭିଯୋଗ ଅଧ୍ୟକ୍ଷଙ୍କୁ ଅଭିଯୋଗ ସତ୍ତ୍ୱେ ତାଙ୍କୁ ନ୍ୟାୟ ଦେବାରେ ବିଳମ୍ବ ହେବାରୁ ଛାତ୍ରୀ ମହାବିଦ୍ୟାଳୟ କାର୍ଯ୍ୟାଳୟରେ ଆତ୍ମହୁତି ଦେଇ ଏମ୍ସ ଭୁବନେଶ୍ୱରରେ ଚିକିସôାଧୀନ ଅବସ୍ଥାରେ ମୃତୁ୍ୟବରଣ କରିଥିଲେ । ଏହି ଖବର ପାଇବା ପରେ ସାରାରାଜ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଏହି ଅବସରରେ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ଶୋକ ସଭା କରିବା ସହିତ ତାଙ୍କ ଆତ୍ମାର ସଦଗତି କାମନା କରିଥିଲେ । ଏହାପରେ ଛାତ୍ରଛାତ୍ରୀ ମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏଥିସହ ଛାତ୍ରଛାତ୍ରୀ ମାନେ ତ୍ୱରିତ ନ୍ୟାୟ ଦାବି କରିଛନ୍ତି ।  ଏଥିରେ ସୌଭାଗ୍ୟ ରଞ୍ଜନ ଜେନା, ଚିନ୍ମୟୀ ଲେଙ୍କା, ଚିତ୍ରସେନ ପରିଡା, ଓମ ପ୍ରକାଶ ବେହୁରା, ବିଶ୍ୱଜିତ ପାଲ,ସୂର୍ଯ୍ୟକାନ୍ତ ଦାସ,ସୁବ୍ରତ କୁମାର ନାୟକ, ବାବୁନି ନାୟକ,ସ୍ମୃତି ରଞ୍ଜନ ବିଶ୍ୱାଳ, ଇପ୍ସିତା ବରାଳ,ସ୍ମୃତିରଞ୍ଜିତା ସାହୁ ଆଦି ବହୁତ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ  ।