ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେଗୁଡିଏ ଦୋଷୀ ଅଛନ୍ତି! : ମନ୍ତ୍ରୀ
ଭୁବନେଶ୍ୱର : FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାକୁ ନେଇ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିରୋଧୀ। ତେବେ ମଙ୍ଗଳବାର ଲୋକ ସେବା ଭବନରେ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସରିବା ପରେ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇ କହିଥିଲେ, ଏଥିରେ କେବଳ କଲେଜ ପ୍ରିନ୍ସପାଲ ଏବଂ HOD ସମୀର ସାହୁ ଏଥିରେ ଦୋଷୀ ନୁହଁନ୍ତି। ଏଥିରେ ଗୁଡିଏ ଦୋଷୀ ଅଛନ୍ତି। ମୃତକ ସୌମ୍ୟାଶ୍ରୀଙ୍କୁ ଅନେକ ଜଣ ନିର୍ଯାତନା, ଅପମାନିତ କରିଛନ୍ତି। ନ୍ୟାୟ ଦେବା ପାଇଁ ସବୁ ପଦକ୍ଷେପ ନେବାକୁ ମୋହନ ସରକାର ପ୍ରସ୍ତୁତି ଥିବା ମନ୍ତ୍ରୀ କହିଛନ୍ତି। ସରକାର ସବୁ ଦିଗକୁ ନେଇ ତଥ୍ୟ ସଂଗ୍ରହ କରୁଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ସମୟ ଦିଅନ୍ତୁ ଆହୁରି ତଥ୍ୟ ମିଳିବ । ଛାତ୍ରୀଙ୍କ ମୃତ୍ୟୁ ପରେ ଦଫା ପରିବର୍ତ୍ତନ କରାଯାଇଛି । ଛାତ୍ରୀଙ୍କ ମୃତ୍ୟୁ ଘଟିବା ପରେ ଜଳୁଛି ଓଡ଼ିଶା । ବିଜେଡି ଏବଂ ଭାଜପା ସରକାରଙ୍କୁ ଏକଦମ ଘାଇଲା କରିସାରିଲେଣି । ବାରମ୍ବାର ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଉଛି । ଏପରିକି ଜୁଲାଇ ୧୭ ତାରିଖରେ ଓଡ଼ିଶା ବନ୍ଦ ପାଇଁ ବି ଡାକରା ଦେଇଛି କଂଗ୍ରେସ ।
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
 
 
