ସ୍କୁଲର ନୂତନ ପରିଚାଳନା କମିଟି ଗଠିତ

 ନୂଆପଡା: ଖଡ଼ିଆଳ ସରକାରୀ ବାଳକ ଉପ୍ରା ବିଦ୍ୟାଳୟର ଆଜି ନୂତନ ପରିଚାଳନା କମିଟି ଗଠନ କରାଯାଇଛି । ପ୍ରଧାନଶିକ୍ଷୟିତ୍ରୀ ସବିତା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ପିଟିଏ ବୈଠକରେ ସିଆରସିସି ରଜନୀକାନ୍ତ ଯୋଶୀ, କାଉନସିଲର ଚନ୍ଦନ କୁମାର ସାହୁ, ପୁର୍ବତନ ପରିଚାଳନା କମିଟିର ସଭାପତି ଖୁସିରାମ ଭୋଇଙ୍କ ସମେତ ଶିକ୍ଷୟିତ୍ରୀ, ପିତାମାତା, ଅଭିଭାବକ, ଶିକ୍ଷାବିତ୍ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ସର୍ବ ସମ୍ମତିକ୍ରମେ ନୂତନ ପରିଚାଳନା କମିଟିର ସଭାପତି ଭାବେ ସବିତା ଭୋଇ ଓ ଉପସଭାପତି ଭାବେ ଟଙ୍କଧର ହଂସଙ୍କୁ ଚୟନ କରାଯାଇଥିଲା । ଏଥିସହିତ ନୂତନ ସଭ୍ୟସଭ୍ୟା ଭାବେ ରଶ୍ମିତା ଭୋଇ, ଚଞ୍ଚଳା ବାଗ, ଗୀତାଞ୍ଜଳି ଭୋଇ, ଭାରତୀ ଶବର, ଖୁସିମଣି ତାଣ୍ଡି, ବନମାଳୀ ଭୋଇ, ଧନଞ୍ଜୟ ହେର୍ଣ୍ଣା, ମୁକ୍ତେଶ୍ୱର ବାଗ, ସନ୍ଦୀପ ପଟେଲ ଓ ଗୁପତ ଶବରଙ୍କୁ ଚୟନ କରାଯାଇଛି । ଏକ୍ସ୍ ଅଫିସିଓ ଭାବେ ୧୦ ନମ୍ବର ୱାର୍ଡର କାଉନସିଲର ଚନ୍ଦନ କୁମାର ସାହୁ, ଆଶା କର୍ମୀ ଶାନ୍ତି ବାଗ, ଅଙ୍ଗନୱାଡ଼ି କର୍ମୀ ସରିତା କୈବର୍ତ୍ତ ଏବଂ କନଭେନର ଭାବେ ପ୍ରଧାନଶିକ୍ଷୟିତ୍ରୀ ସବିତା ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପ୍ରତିନିଧି ଭାବେ ଶିକ୍ଷୟିତ୍ରୀ କଳ୍ପନା ମିଶ୍ର, ଛାତ୍ର କ୍ଷୀରସିନ୍ଧୁ ହାତୀ ଓ ଛାତ୍ରୀ ଜନନୀ ପଟେଲଙ୍କୁ ମନୋନୀତ କରାଯାଇଛି ।  ନୂତନ ପରିଚାଳନା କମିଟିର ସମସ୍ତ ସଦସ୍ୟ ଆଗାମୀ ୩ ବର୍ଷ ପାଇଁ ସ୍କୁଲର ଉନ୍ନତି କାର୍ଯ୍ୟ କରିବା ପାଇଁ ଶପଥ ପାଠ କରିଥିଲେ । ଶେଷରେ ସିଆରସିସି ରଜନୀକାନ୍ତ ଯୋଶୀ ଧନ୍ୟବାଦ ଦେଇଥିଲେ ।