ସାପ କାମୁଡ଼ାରେ ଜଣେ ମୃତ

ବ୍ୟାସନଗର : ପୌରାଞ୍ଚଳ ଖଣ୍ଡାହତା ଗ୍ରାମର ଜନୈକ ବ୍ୟକ୍ତିର ସାପ କାମୁଡ଼ାରେରେ ମୃତୁ୍ୟ ଘଟିଛି । ମୃତକ ଖଣ୍ଡାହତା ଗାଁର ଅଚୁ୍ୟତ ସାହୁ ହୋଇଥିବା ବେଳେ ସୋମବାର ରାତିରେ ଘର ପଛକୁ ଯାଇଥିବା ସମୟରେ ହଠାତ ତାଙ୍କୁ ଏକ ବିଷଧର ସାପ କାମୁଡି ଦେବାରୁ ଅଚେତ ହେଇଯାଇଥିଲେ । ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ । କିନ୍ତୁ ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ମୃତ ଘୋଷଣା କରିଥିଲେ । ସେପଟେ ଆଜି ମୃତ ଅଚୁ୍ୟତଙ୍କ ଭାଇ ଅନାମ ସାହୁ ଯାଜପୁର ରୋଡ ଥାନାରେ ଏତଲା ଦେଇଥିଲେ । ପୁଲିସ ଏତଲା ପାଇବା ପରେ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।