ଦୁଇ ଟ୍ରାକ୍ଟର ଜବତ; ବାଲି ଚୋରିକୁ ବିରୋଧ କରିବାରୁ ଆକ୍ରମଣ
ଜାରକା: ବାଲି ଚୋରିକୁ ବିରୋଧ କରିବାରୁ ଲୁଟେରା ଗୋଷ୍ଠି ଲିଜଧାରୀଙ୍କୁ ଆକ୍ରମଣ କରିଥିବା ବେଳେ ଏନେଇ ଧର୍ମଶାଳା ଥାନାରେ ହୋଇଛି ଅଭିଯୋଗ । ଅଭିଯୋଗକାରୀ ତ୍ରିଲୋଚନ ରାଉତ କରିଥିବା ଅଭିଯୋଗ ମତେ ଗୁରୁବାର ରାତି ପ୍ରାୟ ୧୨ଟା ସମୟରେ ଧର୍ମଶାଳା ତହସିଲ ଅନ୍ତର୍ଗତ ମିର୍ଜାପୁର ପଞ୍ଚାୟତ ମିର୍ଜାପୁର ସାମିଲ ବାସୁଦେବପୁର ଘାଟରୁ ଲୁଟେରା ବାଲି ଲୁଟି ଚାଲିଥିଲେ । ଘାଟ ବନ୍ଦ ଥିବା ବେଳେ ତାଙ୍କ ଅନୁମତି ବିନା ଦୈନିକ ଶହଶହ ଟ୍ରିପ ବାଲି ଚୋରି ହେଉଥିବାର ନଜରକୁ ଆସିବା ପରେ ସେ ଏହାକୁ ବିରୋଧ କରିଥିଲେ । ଯାହା ଫଳରେ ଉତ୍ତେଜିତ ଲୁଟେରା ଲିଜଧାରୀଙ୍କ ଏକ ବୋଲେରୋ ଗାଡିକୁ ସମ୍ପୂର୍ଣ ଭାଙ୍ଗି ଦେଇଥିଲେ । ବାଲି ଘାଟ ଏରିଆ ୧୧ ଏକର ୫୦ଡିସିମିଲକୁ ଲିଜଧାରୀ ତ୍ରିଲୋଚନଙ୍କୁ ୧୮୩୦୦ ଘନମିଟର ବାଲି ଉତ୍ତୋଳନ କରିବାକୁ ଅନୁମତି ଦିଆଯାଇଛି । ଯାହ ଏହାର ଅବଧି ୩୧ମାର୍ଚ୍ଚ ୨୦୨୫ ୨ ପର୍ଯ୍ୟନ୍ତ ଚୁକ୍ତିବଧ ରହିଛି ।
ଅନେକ ସମୟରେ ଉକ୍ତ ଘାଟକୁ ନେଇ ନାନାଦି ବାଦ ବିବାଦ ଲାଗିରହିଥିଲା । ବାଲିଘାଟର ପାଖରେ ଥିବା ବାହୁବଳୀ ଗୋଷ୍ଠି ଚାନ୍ଦା ନଦେଲେ ଘାଟ ଚାଲି ପାରିବନି ବୋଲି ଧମକ ଦେଉଥୁବାର କହିଛନ୍ତି ଲିଜଧାରୀ । ଏପରିକି କିଛି ଦିନ ଧରି ଉକ୍ତ ଘାଟ ବନ୍ଦ ଥିବା ବେଳେ ଦୈନିକ ରାତିରେ ସ୍ଥାନୀୟ କିଛି ମୁଷ୍ଟିମେୟ ବ୍ୟକ୍ତି ଟ୍ରାକ୍ଟର ସାହାଯ୍ୟରେ ଲିଜଧାରୀଙ୍କ ଘାଟରୁ ବାଲି ଚୋରିକରି ନେଇ ନେଇ ଅନ୍ୟତ୍ର ଠୁଳ କରି ଅଧିକ ଦାମରେ ବିକ୍ରୟ କରୁଛନ୍ତି । ଯାହାକୁ ନେଇ ଗତକାଲି ରାତିରେ ଲିଜଧାରୀ ତ୍ରିଲୋଚନ ଏବଂ ତାଙ୍କ ଡ୍ରାଇଭରଙ୍କ ସହ ଉକ୍ତ ଘାଟ ପହଁଚି ବାଲି ଚୋରିକୁ ନେଇ ବିରୋଧ କରୁଥିବା ବେଳେ ତାଙ୍କୁ ଅଚାନକ କିଛି ଯୁବକ ଆକ୍ରମଣ କରିବା ସହ ଶ୍ରୀ ରାଉତଙ୍କ ବୋଲେରୋ ଗାଡିକୁ ବାଡେଇ ସମ୍ପୂର୍ଣ ଭାଙ୍ଗି ଦେଇଥିଲେ । ତେବେ ରାଉତ ଉକ୍ତ ସ୍ଥାନରେ ଥାଇ କୋତପୁର ଫାଣ୍ଡି ଏବଂ ଧର୍ମଶାଳା ଅଧିକାରୀ ରାତି ଗୋଟାଏରେ ପୁଲିସକୁ ଖବର ଦେବା ସେହି ସମୟରେ ଘଟଣା ସ୍ଥଳରେ ପୁଲିସ ପହଁଚି ଲିଜଧାରୀଙ୍କୁ ଉଦ୍ଧାର କରିବା ସହ ଦୁଇଟି ଟ୍ରାକ୍ଟରକୁ ଜବତ କରିଛି । ଏନେଇ ଗତକାଲି ରାତିରେ ଶ୍ରୀ ରାଉତ ଧର୍ମଶାଳା ଥାନାରେ ଏତଲା ଦେଇଥିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ନିଜକୁ ସୁରକ୍ଷା ପାଇବା ପାଇଁ ଧର୍ମଶାଳା ପୁଲିସଙ୍କୁ ନିବେଦନ କରିଛନ୍ତି ।