ସ୍କୁଲରେ ନାହିଁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା

 ଗୋପ:  ଏବେଠୁ ଯେଉଁଭଳି ଖରା ବୃଦ୍ଧି ପାଉଛି ତାହା ନ କହିଲେ ଭଲ । ବ୍ଲକ୍ରେ ଥିବା ସମସ୍ତ ସରକାରୀ ସ୍କୁଲ ମଧ୍ୟରୁ ଅଧିକାଂଶ ହାଇସ୍କୁଲ ଗୁଡିକ ବିଗତ ସରକାରଙ୍କ ସମୟରୁ ୫-ଟି ଦ୍ୱାରା ରୂପାନ୍ତରିତ ହୋଇଥିଲେ ମଧ୍ୟ ଅଧ୍ୟାବଧି ଅନେକ ସମସ୍ୟାର ରହିଛି । ଯଥା ଶୁଦ୍ଧ ପାନୀୟ ଜଳ ନିମନ୍ତେ ଆକ୍ୱାଗାର୍ଡର ବ୍ୟବସ୍ତା ହୋଇନାହିଁ ତ କେଉଁଠି ଟୟେଲେଟ ଆଉ କେଉଁଠି ବିଜୁଳି ର ବ୍ୟବସ୍ତା ନାହିଁ । ଯଦିଓ ବ୍ୟୟ ବରାଦ କୌଣସି ତ୍ରୁଟି ନ ଥିଲା କିନ୍ତୁ କାର୍ଯ୍ୟକ୍ରମରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏମିତି କିଛି ସ୍କୁଲ ଗୋପ ବ୍ଲକରେ ରହିଛି ଯେଉଁଗୁଡା ବାହାରୁ ଦେଖିବାକୁ ଭାରି ସୁନ୍ଦର କିନ୍ତୁ ଭିତର ଦୃଶ୍ୟ ଦେଖିଲେ ନିରାଶ ଅନୁଭବ କରିବେ । ସେହିଭଳି ସ୍କୁଲ ହେଉଛି ଗୋପ ନିଗମାନନ୍ଦ ସରକାରୀ ହାଇସ୍କୁଲ । ଏହା ପୁରୀ ଜିଲ୍ଲାର ଦ୍ୱତୀୟ ସର୍ବବୃହତ୍ତମ ସ୍କୁଲ ଭାବେ ମଧ୍ୟ ବିବେଚନା କରାଯାଏ । ଆଜି ଅବହେଳିତ ଅବସ୍ଥାରେ ଦଣ୍ଡାୟମାନ 

ା ଏଠାରେ ଏସ୍ବି ଆଇ ପକ୍ଷରୁ ଏକ ଆକ୍ୱାଗାର୍ଡ ସ୍ଥାପିତ ହୋଇଛି ସତ କିନ୍ତୁ ତାହା ଅଧିକାଂଶ ସମୟ ଅଚଳ ଅବସ୍ଥାରେ ପଡୁଛି । ଠିକ ସେହିପରି ଗୋପ ବ୍ଲକ ପାଇଁ ଉଦ୍ଦିଷ୍ଟ ଏକମାତ୍ର ସିବିଏସି ପାଠ୍ୟକ୍ରମ ଦ୍ୱାରା ପରିଚାଳିତ ଓଡିÿଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଏରବଙ୍ଗ ପଞ୍ଚାୟତର ତରଙ୍ଗିରା ଠାରେ ସ୍ଥାପିତ ହୋଇଛି । ଏଠାରେ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀ ପ୍ରଯ୍ୟନ୍ତ ୨୪୦ ପିଲା ପଡିବା ପାଇଁ ପ୍ରାରମ୍ବିକ ପର୍ଯ୍ୟାରେ ବ୍ୟବସ୍ତା ରହିଛି ସତ କିନ୍ତୁ ଶୁଦ୍ଧ ପାନୀୟ ଜଳ ପାଇଁ ଆକ୍ୱାଗାଡଟେ ନାହିଁ । ଯାହାଫଳରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ନିଜ ଘରୁ ପିଇବା ପାଇଁ ସାଙ୍ଗରେ ପାଣି ବୋତଲ ଆଣୁଛନ୍ତି । ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ସୁଶୀଲ ବର୍ମାଙ୍କୁ ଅବିଭାବକଙ୍କ ପକ୍ଷରୁ ସୂଚିତ କରିବା ପରେ ଶ୍ରୀ ବର୍ମା ଓଡ଼ିଶା ଆଦର୍ଶ ସ୍କୁଲରେ ଏକ ଆକ୍ୱାଗାର୍ଡ ଲଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅବଶିଷ୍ଟ ସ୍କୁଲରେ ସରପଞ୍ଚଙ୍କ ସହିତ କଥା ହେଲାପରେ ପାନୟ ଜଳର ସୁବିଧା ହୋଇପାରିବ ବୋଲି କହିଥିଲେ ।