ବସନ୍ତିଆ ବିଦ୍ୟାଳୟର ବାର୍ଷିକୋତ୍ସବ
ବନ୍ତ : ବନ୍ତ ବ୍ଲକ ବସନ୍ତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକଉସôବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ପାଠପଢା ବେଳେ ମୂଲ୍ୟବାନ ସମୟକୁ ଅପଚୟ ନ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥ୍ ସାଧନକେନ୍ଦ୍ର ସଂଯୋଜକ ସୁଧାଙ୍କୁ ଶେଖର ଦାସ, ପରିଚାଳନା କମିଟି ସଭାପତି ଭାଗବତ ପଣ୍ଡା, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଆଲୋକ କୁମାର ପ୍ରଧାନ, ସସ୍ମିତା ମଲ୍ଲିକ, ରୀନାରାଣୀ ପଣ୍ଡା ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ସେଠୀ ଅତିଥ୍? ପରିଚୟ, ପଦ୍ମନୀ ସେଠୀ ବିବରଣୀ ପାଠ ଓ ରଶ୍ମିରାଣୀ ସୁଆଁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ ସହ ‘ବାଲ୍ୟ ବିବାହ’ କ୍ଷୁଦ୍ର ନାଟକ ପ୍ରଦର୍ଶିତ ହୋଇଥିଲା ।