ଶିକ୍ଷକ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର 

ବାଲିପାଟଣା : ବାଲିପାଟଣା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବ୍ଲକ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଏହି ଦାବିପତ୍ରରେ ଏକୀକୃତ୍ ସ୍ୱୟଂଚାଳନ ବ୍ୟବସ୍ଥା ପାଇଁ କୌଣସି ଭିତ୍ତିଭୂମି ନଥାଇ ଜବରଦସ୍ତ କାର୍ଯ୍ୟ କରିବାକୁ ସରକାରଙ୍କ ତରଫରୁ ବାଧ୍ୟ କରାଯିବାରୁ ଏହାର ପ୍ରତିବାଦ କରାଯାଇଛି । ଦରମା ଅସଙ୍ଗତି ଦୂର କରିବା,ସମାନ କାମକୁ ସମାନ୍ ଦରମା ଦେବା,ପୁରୁଣା ପେନସନ ଲାଗୁ କରିବା,ନିୟମିତ ପଦୋନ୍ନତି ଦେବା,ଗଣ ଶିକ୍ଷକ ଙ୍କୁ ନିୟମିତ କରିବା ଇତ୍ୟାଦି ଅନେକ ଦାବି ପୂରଣ ହେଉ ନଥିବା ବେଳେ ନୂଆ ନୂଆ ଯୋଜନା ଲଦି ଦେଉଥିବାରୁ ଶିକ୍ଷକ ମାନଙ୍କର ମନୋବଳ ହ୍ରାସ ପାଉଛି । ତେଣୁ ଶିକ୍ଷକ ମାନଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି ଯଥାର୍ଥ ପଦକ୍ଷେପ ନେବାକୁ ସଂଘ୍ ତରଫରୁ ଦାବି କରାଯାଉଛି । ଶିକ୍ଷକ ସଂଘ ସଭାପତି ପ୍ରଭାକର ମଲ୍ଲିକ, ଦୀନକୃଷ୍ଣ ସାହୁ, ରୋଜାଲିନ ସାହୁ, ନରେନ୍ଦ୍ର ଦାସ, ଜ୍ୟୋତିରଂଜନ ଭୋଇ, ପ୍ରକାଶ ଦାଶ, ଆଲୋକ ସାହୁ, ଜମେଶ୍ୱର ମଲ୍ଲିକ, ଝୁନି ଦେଇ ପ୍ରମୁଖଙ୍କ ସହିତ ଶିକ୍ଷକ ମାନେ ଏକ ଶୋଭାଯାତ୍ରାରେ ଯାଇ ବ୍ଲକ ଶିକ୍ଷାଧିକାରୀ ଡ୍ ପ୍ରଭାତ କୁମାର ରଥଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।