ଯୋଜନା ଭିତ୍ତିକ ଶିକ୍ଷକଙ୍କ ବିକ୍ଷୋଭ ଓ ଦାବିପତ୍ର 

 କେନ୍ଦୁଝର: ଯୋଜନା ଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଆଜି ଓଡିଶା କନିଷ୍ଠ ଓଡିଶା ଶିକ୍ଷକ ସଂଘ କେନ୍ଦୁଝର ଶାଖା ଦ୍ୱାରା କାଳିପଡିଆ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟର ସମସ୍ତ ବିଭାଗର କର୍ମଚାରୀ ନିୟମିତ ଥିବା ବେଳେ କେବଳ କନିଷ୍ଠ ଶିକ୍ଷକ ମାନେ ହିଁ ଯୋଜନାଭିତ୍ତିକ ଭାବେ କାମ କରୁଛନ୍ତି । ଯାହାକୁ କି ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଥିବା ଅଧିକାରୀମାନେ ହୃଦବୋଧ କରିଥିଲେ । ସେଥିପାଇଁ ଶିକ୍ଷା ବିଭାଗରେ ଏକ ପରିବର୍ତ୍ତନ ଆଣିବା ନିମନ୍ତେ କମିଟି ଗତ ତା ୦୨.୦୮.୨୫ ରିଖ ଦିନ ଚିଠା ନଂ - ୨୧୨୬୮ରେ ଯୋଜନା ଭିତ୍ତୀକକନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ କରିବା, ଶିକ୍ଷା ବ୍ୟବସ୍ଥାରେ ଆରମ୍ଭରୁ ନିୟମିତ ନିଯୁକ୍ତି ଦେବା ୪୪,୦୦୦ ନୂତନ ଶିକ୍ଷକ ପଦବୀ ସୃଷ୍ଟି କରିବା ତତ୍ ସହିତ ପୁରୁଣା ଶିକ୍ଷକମାନଙ୍କର ଚୁକ୍ତିଭିତ୍ତିକ ସମୟକୁ ଚାକିରୀ ସମୟ ଅବଧି ଭିତରେ ଗଣନା କରିବା ନିମନ୍ତେ ସୁପାରିଶ କରିଥିଲେ ଏବଂ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ଅନୁମୋଦନ କ୍ରମେ ଗଣଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରିଥିଲା  । କିନ୍ତୁ ଗତ  ୦୭.୦୮.୨୦୨୫ ତାରିଖ ଦିନ ବିଭାଗ ଏହି ଚିଠାକୁ ଉପଯୁକ୍ତ ସ୍ତରରେ ଅନୁମୋଦିତ ହୋଇନାହିଁ ବୋଲି ଦର୍ଶାଇ ପ୍ରତ୍ୟାହାର କରି ନେଇଛନ୍ତି ଯାହାକୁ ପ୍ରତିବାଦ କରି ମଙ୍ଗଳବାର ଓଡିଶା କନିଷ୍ଠ ଶିକ୍ଷକ ସଂଘ କେନ୍ଦୁଝର ଶାଖାର ସଦସ୍ୟ ମାନେ କାଳିପଡିଆରୁ ଏକ ବିଶାଳ ରାଲିରେ ଆସି କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟ ରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।