ସ୍ୱଚ୍ଛ ଓଡ଼ିଶା ପାଇଁ ୧୬ ଶହ କୋଟି : ସରକାର କିଣିବେ ୧୬୩ କୋଟିର କାଗଜ

ଭୁବନେଶ୍ୱର : ସ୍ୱଚ୍ଛ ଓଡ଼ିଶା ଯୋଜନାରେ ୨୦୨୫-୨୬ରୁ ୨୦୨୯-୩୦ ଅବଧି ପାଇଁ ୧୬ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ । କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବ୍ୟବହୃତ ଜଳ ପରିଚାଳନା, ସହରାଞ୍ଚଳ ସେପ୍ଟେଜ ସିଷ୍ଟମ ଆଦି ପାଇଁ ଏହା ଖର୍ଚ୍ଚ କରାଯିବ ।  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ୧୮୫୦୦ ମେଟ୍ରିକ୍‌ ଟନ୍‌ କାଗଜ କିଣାଯିବ । ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ ବହି ଯୋଗାଣ ପାଇଁ ଏହା ବ୍ୟବହାର କରାଯିବ । ପଞ୍ଜାବର ସାଥିଆ ଇଣ୍ଡଷ୍ଟ୍ରିଜ୍‌, ନୂଆଦିଲ୍ଲୀର ଶ୍ରେୟାନ୍ସ ଇଣ୍ଡଷ୍ଟ୍ରିଜ ଓ ରାୟଗଡ଼ାର ଜେକେ ପେପରରୁ ଏହି କାଗଜ କିଣିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି ।