ନାରୀ ନିର୍ଯାତନା ବିରୋଧରେ ଛାତ୍ର ବିଜେଡିର ବିକ୍ଷୋଭ

 ଖଣ୍ଡପଡ଼ା : ରାଜ୍ୟରେ ଛାତ୍ରୀ ଓ ମହିଳାମାନଙ୍କୁ ଅସଦାଚରଣ, କୁକର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବାବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ  । ଏହାର ପ୍ରତିବାଦରେ ବୁଧବାର ପୂର୍ବାହ୍ନରେ  ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ  ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଖଣ୍ଡପଡ଼ା ବ୍ଲକ ଯୁବ ବିଜେଡି ସଭାପତି ମନୋରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନରେ ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷା ଉପମା ବେହେରା, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଯୋଗ ଦେଇ ବିଜେପି ସରକାରରେ ମହିଳାଙ୍କୁ ଅସମ୍ମାନ, ଗଣଦୁଷ୍କର୍ମ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଆଦି ସମ୍ବେଦନଶୀଳ ଘଟଣାକୁ ନେଇ ସେ  ଦୃଢ଼ ନିନ୍ଦା କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନକୁ ମନେ ପକାଇଥିଲେ । ଗୋପାଳପୁର ଭଳି ପର୍ଯ୍ୟଟନସ୍ଥଳରେ ଜଣେ ଯୁବତୀଙ୍କ ଗଣଦୁଷ୍କର୍ମ କରାଯିବା ଘଟଣାକୁ ଯୁବ ସଭାପତି ଦୃଢ଼ ନିନ୍ଦା କରିଥିଲେ । 
ରାଜନଗର : ରାଜନଗର ବ୍ଲକ ବିଜୁ ଛାତ୍ର ଜନତାଦଳ ଛାତ୍ରୀ କୁକର୍ମ ଓ ମହିଳା ନିର୍ଯାତନା ଘଟଣାରେ ସରକାରଙ୍କ ବିରୁଦ୍ଧରେ ଆନେ୍ଦାଳନକୁ ଓହ୍ଲାଇଛି । ରାଜ୍ୟ ବିଜୁ ଛାତ୍ର ଜନତାଦଳର ରାଜ୍ୟ ସଂପାଦକ ବୈ÷ବର୍ତ୍ତନାରାୟଣ ବିଶ୍ୱାଳଙ୍କ ନେତୃତ୍ୱରେ ବ୍ଲକ ଛାତ୍ର ବିଜେଡି ସଭାପତି ମନୋଜ କୁମାର ମଲ୍ଲିକ, ଯୁବ ବିଜେଡି ସଭାପତି ଆର୍ତ୍ତବନ୍ଧୁ ମହାନ୍ତି, ସୁନିଲ ରାଉଳ, ପରମେଶ୍ୱର ଦାସ, ସାଗର ବଳ, ଉମେଶ ନାୟକ, ସୁରଜ ପୁହାଣ, ଶୁଶା" ବେହେରା, ସରୋଜ ରାଉତ, ଗୈ÷ାରବ ନାୟକ, ରାହୁଲ ଦାସ, ବିକ୍ରମ ବଳ, ମାନସୀ ଦାସ ପ୍ରମୁଖ ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ଓ ଛାତ୍ରୀ କୁକର୍ମ ଘଟଣାରେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ବାଇପାସ ନିକଟରୁ ଏକ ଶୋଭାଯାତ୍ରା ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରକୁ ଯାଇଥିଲା ।
ପଟ୍ଟାମୁଣ୍ଡାଇ : ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରେ ଜନୈକା କଲେଜ ଛାତ୍ରୀକୁ କିଛି ଦୁବୃର୍ତ୍ତ ଗଣଦୁଷ୍କର୍ମ କରିବା ଘଟଣା ସାରା ବିଶ୍ୱରେ ଓଡିଶା ପାଇଁ ଲଜ୍ୟା ଆଣି ଦେଇଛି । ଏହା ଛଡା ଓଡିଶାରେ ମହିଳା ନିର୍ଯ୍ୟାତନା ଦିନକୁ ଦିନ ବଢ଼ି ବାରେ ଲାଗିଛି । ପଟ୍ଟାମୁଣ୍ଡାଇ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ପଟ୍ଟାମୁଣ୍ଡାଇ କଲେଜ କ୍ୟାମ୍ପସ ସଭାପତି ଅନମୋଲ ରାଉତ ଓ ପ୍ରଦୀପ ବିଶ୍ୱାଳ ନେତୃତ୍ୱରେ ଯୁବ ଛାତ୍ର ମାନେ କଳା ବ୍ୟାଚ ପିନ୍ଧି ଶୋଭାଯାତ୍ରା କରିବା ସହିତ ପଟ୍ଟାମୁଣ୍ଡାଇ କଲେଜ ସମ୍ମୁଖ  ପଟ୍ଟାମୁଣ୍ଡାଇ - ରାଜନଗର ରାସ୍ତା ସମ୍ମୁଖରେ ରାସ୍ତାରୋକ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ଅଶୋକ ଧଳ, ଦେବାଶିଷ ନାୟକ, ବାବନ ସାହୁ, ଚିତ୍ତ ରଂଜନ ସେଠୀ, ରାଜୀବ ରତନ ମିଶ୍ର, ସ୍ମୃତି ରଂଜନ ପାଢ଼ୀ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ, ଛାତ୍ରୀ ଓ ମହିଳାଙ୍କୁ ଉପଯୁକ୍ତ ସୁରକ୍ଷା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ନଆଣିଲେ ଯୁବ ଛାତ୍ର ବିଜେଡି ଆନେ୍ଦାଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ ।
କେନ୍ଦ୍ରାପଡ଼ା: ସାରା ରାଜ୍ୟରେ ଛାତ୍ରୀ ମାନଙ୍କୁ ଅସଦାଚରଣ, ଅପହରଣ, କୁକର୍ମ ହତ୍ୟାଭଳି ଘଟଣା ଅହେତୁକ ଭାବେ ବଢୁଥିବା ବେଳେ ରାଜ୍ୟରେ ବିଜେପି ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଏହାରି ବିରୁଦ୍ଧରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ କେନ୍ଦ୍ରାପଡ଼ା ସ୍ୱାୟଂଶାସିତ ମହାବିଦ୍ୟାଳୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ସାହୁଙ୍କ ନେତୃତ୍ୱରେ ଏହି ଆନେ୍ଦାଳନରେ ସ୍ଥାନୀୟ ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଆଜିର ଦିନରେ ଛାତ୍ରୀଟିଏ ନିଜକୁ ଅସୁରକ୍ଷିତ ମଣୁଛି ବୋଲି କହିଥିଲେ । ଗୋପାଳପୁର ଗଣ ଦୁଷ୍କର୍ମ ଘଟଣାକୁ ନିନ୍ଦା କରିବା ସହ ବିଶ୍ୱ ଦରବାରରେ ଓଡିଶାର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବାକୁ ସରକାରଙ୍କୁ ଚେତାବନୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଧିରେନ ସାହୁ, ଜିଲ୍ଲାପରିଷଦ ସଭାପତି ସୁଶ୍ରୀ ଲିଲିିତା ଦାସ, ପୌରାଧକ୍ଷା ସରିତା ସାହୁ, ରାଜେଶ ପଣ୍ଡା, ଉମେଶ ନାୟକ, ରନ ସାହୁ, କାଳୀ ପ୍ରସାଦ ମିଶ୍ର, ଶିବପ୍ରସାଦ ଭଳ, ରାଜଶ୍ରୀ ଦାସ, ଉଷାରାଣୀ ରାଉତ, ଇପ୍ସିତା ମଲ୍ଲିକ, ରତିକା" ସାମଲ, ପର୍ଭେଜ ଅଖତର, ନିରନ ବାରିକ, ବିଜୟ ମଣ୍ଡଳ, ଲୋହିତ ମହା"ି, ଦେବାଶିଷ କୁବେର, କେଦାର ବେହେରା ପ୍ରମୁଖ ଯୋଗଦେଇ ନାରୀ ଅପରାଧ ବିରୋଧରେ ରାଜ୍ୟ ସରକାରଙ୍କ ନିରବଦ୍ରଷ୍ଟାକୁ ତୀବ୍ର ସମାଲୋଚନା କରିଥିଲେ ।