ଭୁବନେଶ୍ୱରରେ ଏଚସିଏଲଟେକର ଫ୍ଲାଗସିପ ପ୍ରୋଗ୍ରାମ
ଭୁବନେଶ୍ୱର : ଏକ ଅଗ୍ରଣୀ ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନୀ ଏଚସିଏଲଟେକ୍ ଭୁବନେଶ୍ୱରରେ ଗ୍ରାଜୁଏଟମାନଙ୍କୁ ଏହାର ଟେକ୍ବିୟର୍ଲି କ୍ୟାରିୟର ପ୍ରୋଗ୍ରାମ ପ୍ରଦାନ କରିବା ଏବଂ ଟେକ୍ନୋଲୋଜି ଶିଳ୍ପରେ କ୍ୟାରିୟର କରିବା ପାଇଁ ସେମାନଙ୍କୁ ସୁଯୋଗ ଦେବା ପାଇଁ ଯୋଜନା ରଖିଛି । ଟେକ୍ବି ହେଉଛି ଏକ ପରିବର୍ତନଶୀଳ ପଦକ୍ଷେପ ଯାହାକୁ ହାଇସ୍କୁଲ ଗ୍ରାଜୁଏଟଙ୍କ ପାଇଁ ଡିଜାଇନ କରାଯାଇଛି । ଏହା ଏକ ସ୍ୱତନ୍ତ୍ର ‘ୟର୍ଣ୍ଣ ହ୍ୱାଇଲ ୟୁ ଲର୍ଣ୍ଣ’ ମଡେଲ ପ୍ରଦାନ କରୁଛି ଯାହା ଉଚ୍ଚଶିକ୍ଷା ପାଇଁ ପହଁଞ୍ଚÿ ସହିତ ପ୍ରଯୁକ୍ତିବିଦ୍ୟା ପ୍ରଶିକ୍ଷଣକୁ ଏକତ୍ରିତ କରିଥାଏ । ଏହି ପ୍ରୋଗ୍ରାମ ଛାତ୍ରଛାତ୍ରୀଙ୍କୁ ଶିଳ୍ପ-ପ୍ରାସଙ୍ଗିକ ଦକ୍ଷତା ସହ ସୁସଜ୍ଜିତ କରିଥାଏ ଏବଂ ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ପାଇଁ ସକ୍ଷମ କରିଥାଏ । ଏସମ୍ପର୍କରେ ଏଚସିଏଲଟେକ୍ର ବରିଷ୍ଠ ଉପାଧ୍ୟକ୍ଷ ସୁବାରମଣ ବି କହିଛନ୍ତି, “ଟେକ୍ବି ଏକ ଦକ୍ଷତା କାର୍ଯ୍ୟକ୍ରମଠାରୁ ଅଧିକ କିଛି ଅଟେ, ଏହା ଟେକ୍ନୋଲୋଜି କ୍ଷେତ୍ରରେ ସାର୍ଥକ କ୍ୟାରିୟର ଗଠନ କରିବା ପାଇଁ ଉଚ୍ଚାଭିଳାଷୀ ଯୁବପିଢିଙ୍କ ପାଇଁ ଏକ ଲଞ୍ଚପ୍ୟାଡ ଅଟେ । ବିଟ୍ସ ପିଲାନି, ଆଇଆଇଟି ଗୌହାଟି, ଶାସ୍ତ୍ର ୟୁନିଭର୍ସିଟି, ଆମିଟି ୟୁନିଭର୍ସିଟି ଅନ୍ଲାଇନ, ଆଇଆଇଆଇଟି କୋଟ୍ଟାୟାମ ଓ ଆଇଆଇଏମ ସିରମୌର ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକ ସହ ରଣନୈତିକ ସହଭାଗିତା, ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ଥାନୀୟ ରୂପେ ଉଚ୍ଚଶିକ୍ଷା ହାସଲ କରିବା ପାଇଁ ଅନୁମତି ଦେଉଛି, ଯାହା ସ୍ଥାନାନ୍ତରଣ ଖର୍ଚ୍ଚ ହ୍ରାସ କରିବା ସହ ଆର୍ଥିକ ସ୍ୱାଧୀନତାକୁ ପ୍ରୋସôାହିତ କରିଥାଏ ।