ସ୍ୱାଧୀନତା ଦିବସ ପାଇଁ  ପ୍ରେସକ୍ଲବ ପକ୍ଷରୁ ବୈଠକ

 କାକଟପୁର : କାକଟପୁର ପ୍ରେସ କ୍ଳବର ସଭାପତି କମଳ ଲୋଚନ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ନିକଟସ୍ଥ ଖୁଣ୍ଟିଆ କନଭେନ୍ସନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ୭୯ ତମ ସ୍ୱାଧୀନତା ଦିବସ କିଭଳି ପାଳନ କରାଯିବ ସେଥିନିମନ୍ତେ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି  । ଉପସ୍ଥିତ ସମସ୍ତ ବରିଷ୍ଠ ଓ କାର୍ଯ୍ୟରତ ସାମ୍ବାଦିକ ଏହି ବୈଠକରେ ଯୋଗଦେଇ ସ୍ୱାଧୀନତା ଦିବସ କିଭଳି ମହାଆଡମ୍ବରରେ ପାଳନ କରାଯିବ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଆଜିର ଏହି ବୈଠକରେ ଉପ-ସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ସମ୍ପାଦକ ଆଦିତ୍ୟ କୁମାର ରାଉତ, ସହ-ସମ୍ପାଦକ-ପ୍ରଭାତ ଦୀକ୍ଷିତ,କୋଷାଧ୍ୟକ୍ଷ ଭାଗବତ ସ୍ୱାଇଁ,ବରିଷ୍ଠ ସାମ୍ବାଦିକ ସଞ୍ଜୟ ପତି, ପ୍ରଭାସ ପୃଷ୍ଟି, ପ୍ରଦୀପ୍ତ କୁମାର ଦୀକ୍ଷିତ,ସମସୁଲ ଆରିଫିନ, ମାନସ ଦୀକ୍ଷିତ, ଅକ୍ଷୟ ପ୍ରସାଦ ମହାନ୍ତି, ପ୍ରଶାନ୍ତ ଜେନା, ପ୍ରଦୀପ ପଣ୍ଡା,ବ୍ରଜକିଶୋର ସାହୁ, ଶୁଭଦର୍ଶନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ  । ଆସନ୍ତା ୨୨ ତାରିଖ ଶୁକ୍ରବାର ଦିନ ସ୍ଥାନୀୟ କୁତ୍ତାମଚଣ୍ଡୀ ପୀଠରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ କରାଯିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା  ।