ସରିଲା ଶ୍ରାବଣ, ନାହିଁ ବର୍ଷାର ଦେଖା ଜମି ଫାଟି ଆଁ, ଚିନ୍ତାରେ ଚାଷୀ
କାକଟପୁର : ଶ୍ରାବଣ ମାସ ସରିବାକୁ ଆଉ ମାତ୍ର କେଇ ଦିନ ବାକି କିନ୍ତୁ ବର୍ଷାର ନା ଗନ୍ଧ ନାହିଁ । ନିଅଣ୍ଟିଆ ବର୍ଷା ଯୋଗୁଁ ଅସ୍ତରଙ୍ଗ ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଜମି ଫାଟି ଆଁ କଲାଣି କେଉଁଠି ତଳି ମରିଗଲାଣି ତଆଉ କେଉଁଠି ରୁଆ ଯାଉଥିବା ବିଲ ଶୁଖିଗଲାଣି । ଅସ୍ତରଙ୍ଗ ଅଂଚଳର ଅନେକ ଗ୍ରାମରେ କେନାଲ ସୁବିଧା ନାହିଁ ଯେଉଁଠି ଅଛି ସେଥିରେ ପାଣି ଆସିବାର ନା ଧରୁନି କିଛି ଜବରଦଖଲ କାରୀ କବଳରେ ଅସ୍ତରଙ୍ଗ କେନାଲ ରହିଥିବାରୁ ଉପର ମୁଣ୍ଡରୁ ପାଣି ଆସିଲେ ଚାଷୀଙ୍କ ବିଲରେ ପଂହଁଚି ପାରିବନି । ବର୍ତ୍ତମାନ ଧାନ ରୁଆ ସମୟ ହୋଇଥିବାରୁ ଚାଷୀମୁଣ୍ଡରେ ହାତ ଦେଇ ବସିଚି ଜୁନ ମାସରେ ଅଳ୍ପ କିଛି ବର୍ଷା ହୋଇଥିଲା ତାପରେ ଆଉ ବର୍ଷାର ଦେଖା ନାହିଁ । ଯେଉଁ ଅନୁପାତରେ ଚାଷ କାର୍ଯ୍ୟ ଆଗେଇବା କଥା ତାହା ପଛରେ ପଡିଯାଇଛି ବୋଲି ଅସ୍ତରଙ୍ଗ ଅଞ୍ଚଳର ଚାଷୀ କହିଛନ୍ତି । ତେଣୁ ଜଳସେଚନ ବିଭାଗ, ଜିଲ୍ଲା ପ୍ରଶାସନ, ଲୋକ ପ୍ରତିନିଧି ମାନେ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ କିପରି ଖୁବ ଜଲଦି ଏବଂ ସହଜରେ କେନାଲ ପାଣି ପାଇପାରିବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳ ବାସି ଦାବି କରିଛନ୍ତି ।