ସଡ଼କ ସୁରକ୍ଷା ଓ ଆମ ବସ୍ ଷ୍ଟାଣ୍ଡ୍ କମିଟି ବୈଠକ
ନୂଆପଡ଼ା : ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି.ଆର ରାଘବେନ୍ଦ୍ର, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସିଡିଏମ୍ଓ ଡ. ଗୁରୁ ପ୍ରସାଦ ଜେନା ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲାରେ ଦୁର୍ଘଟଣାରେ ବହୁ ଅମୂଲ୍ୟ ଜୀବନ ଯାଉଛି । ଏଥିପାଇଁ ସଚେତନତା ସହ ବ୍ୟବସ୍ଥାରେ ସୁଧାର ଆଣିବାକୁ ହେବ । ସମସ୍ତଙ୍କ ଜୀବନ ରକ୍ଷା କରିବା ପ୍ରଶାସନର ଦାୟିତ୍ୱ ଏବଂ କର୍ତ୍ତବ୍ୟ ବୋଲି ଜିଲ୍ଲାପାଳ କହିଥିଲେ । ଏହି ସଭାରେ ଆଞ୍ଚଳିକ ପରିବହନ ଅଧିକାରୀ ମାନା ସିଂ ପୂର୍ବ ବୈଠକର ବିବରଣୀ ସହ ଆଗାମୀ ମାସର ବହୁବିଧ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଆଗକୁ କିପରି ଜିଲ୍ଲାକୁ ଦୁର୍ଘଟଣା ଶୂନ୍ୟ କରାଯିବ ସେ ଉପରେ ସମସ୍ତେ କାମ କରିବାକୁ ଜିଲ୍ଲାପାଳ ଏବଂ ଏସ୍ପି ଆହ୍ୱାନ ଦେଇଥିଲେ । ଆଗାମୀ ଦିନରେ ହେଲମେଟ୍ ଚେକିଂ ଉପରେ ଗୁରୁତ୍ୱ ଦେବା ସହ ସପ୍ତାହର ପ୍ରତି ବୁଧବାର ‘ନୋ ହେଲମେଟ୍ ନୋ ପେଟ୍ରୋଲ୍ କଡ଼ାକଡ଼ି କରାଯିବ । ଏହାକୁ ସମସ୍ତ ବିଡିଓ, ତହସିଲଦାର ଓ ଆର୍ଟିଓ ତଦାରଖ କରିବେ ଏବଂ ନାବାଳକ ଓ ମଦ୍ୟପ ଗାଡ଼ିଚାଳକଙ୍କ ଉପରେ ବିଶେଷ ନଜର ରଖାଯିବ । ଏହି ସଭାରେ ଜିଲ୍ଲାର ପରିବହନ କ୍ଷେତ୍ର ଏବଂ ବସ୍ଷ୍ଟାଣ୍ଡ୍ ଗୁଡ଼ିକର ସୁଧାର ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ ହୋଇଥିବା ବେଳେ ଆମ ବସ୍ର ନୂତନ ରୁଟ୍ ଚାର୍ଟ, ବସ୍ଷ୍ଟାଣ୍ଡ୍ରେ ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ମହିଳା ଗାର୍ଡ ମୁତୟନ, ବେସରକାରୀ ବସ୍ମାନଙ୍କ ଠାରୁ ପ୍ରବେଶ ଶୁଳ୍କ ଆଦାୟ, ଜଳଛତ୍ର ପରିଚାଳନା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ ବିଡିଓ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶେଖ୍ ନସିମ୍, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୁ୍ୟମ୍ନ ରାଉତରାୟ, ପରିବହନ ଅଧିକାରୀ ମାନସିଂ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଏମ୍ଭିଆଇ ଉପେନ୍ଦ୍ର ପୁସିକା, ପିଡବ୍ଲୁଡି ସହନିର୍ବାହୀ ଯନ୍ତ୍ରୀ ସୁକାନ୍ତ ଗର୍ଡିଆ, ସିଡିଭିଓ ଡ. ଆଲୋକ ନାୟକ, ଟିଏସଆଇ ପ୍ରଜନା ପରିମିତା ଧଳ, ନୂଆପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାୟକ, ଖରିଆର ରୋଡ଼୍ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ, ଖରିଆ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ଯାଜ୍ଞସେନୀ ମହାପାତ୍ର, ପ୍ରତିଭା ହୋତା, ବିଜୟ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ ।