ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଘଟଣା : ଉଦ୍ଧାର ହେଲା ମୃତଦେହ

ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଘଟଣା  : ଉଦ୍ଧାର ହେଲା ମୃତଦେହ

ଭଞ୍ଜନଗର : ଗତକାଲି ନଦୀରେ ଗାଧୋଇବା ବେଳେ ଭାସି ଯାଇଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ସକାଳୁ ଭଞ୍ଜନଗର ଦମକଳ ବାହିନୀର ଖୋଜାଖୋଜି ସମୟରେ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ, ଗଂଜାମ ଭଞ୍ଜନଗର ବ୍ଲକ ହରିଗଡ ପଞ୍ଚାୟତ ବଦାଙ୍ଗୀ ଗ୍ରାମର ବିଜୟ ସାହୁ(୫୦) ସୋମବାର ସନ୍ଧ୍ୟାରେ ବାରନାଳିଆ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ। ସକାଳୁ ଭଞ୍ଜନଗର ଖୋଜାଖୋଜି ସମୟରେ ଏକ ବାଉଁଶ ବୁଦାରେ ଲାଗିଥିବା ତାଙ୍କ ମୃତଦେହ ଉଦ୍ଧାର କରିଛି ଦମକଳ ବାହିନୀ। ଖବରପାଇ ତାରାସିଂ ପୁଲିସ ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ଭଞ୍ଜନଗର ମେଡିକାଲକୁ ପାଇଁ ପଠାଯାଇଛି। ଏନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ।