ହଟୁନି ଅନ୍ଧବିଶ୍ୱାସ ପ୍ରଥା : ଦେହ ଖରାପ ହେଲେ ଦିଶାରୀ ଭରସା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଏବେ ବି ବଞ୍ଚି ରହିଛି ଅନ୍ଧବିଶ୍ୱାସ ପ୍ରଥା । ଦେହ ଖରାପ ହେଲେ ନବଜାତ ଶିଶୁଠୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ମେଡିକାଲ୍ ବଦଳରେ ଦିଶାରୀ, ଗୁଣିଆ ଓ ଗାଁ ବଇଦ ଉପରେ ଭରସା କରୁଛନ୍ତି । ସଚେତନତାର ଅଭାବ ଏହାର ମୁଖ୍ୟକାରଣ । ନିକଟରେ ଜଣେ ରୋଗୀଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେ ପାଟିତୁଣ୍ଡ କରି ହାତ ଗୋଡ଼ ଛାଟୁଥିବା ଦେଖିବାକୁ ମିଳିଥିଲା । ଚିକିସôା କରୁଥିବା ଡାକ୍ତର କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର ଲାଗି ପରାମର୍ଶ ଦେଇଥିଲେ । କିନ୍ତୁ ପରିବାରବର୍ଗ ଘରକୁ ନେବା ପାଇଁ ଜିଦ୍ ଧରିଥିଲେ । ପୂର୍ଣ୍ଣିମା ଆସିଲେ ରୋଗୀ ଜଣକ ଏଭଳି ଛାଟିପିଟି ହୋଇ ପାଟିତୁଣ୍ଡ କରନ୍ତି । ଦେଶୀ ଔଷଧ ସହ ଝାଡ଼ପୁଙ୍କ କଲେ ପୂର୍ବ ଅବସ୍ଥାକୁ ଫେରି ଆସନ୍ତି ବୋଲି କହିଛନ୍ତି ପରିବାରବର୍ଗ । 
ଅପରପକ୍ଷରେ ରୋଗୀଙ୍କର ସ୍ନାୟୁ ଭିତ୍ତିକ ସମସ୍ୟା ଥିବା କହିଛନ୍ତି ଡାକ୍ତର ବିଭିନ୍ନ ସମୟରେ ସ୍ନାୟୁ ଗୁଡ଼ିକ ଭିନ୍ନ ଭିନ୍ନ ଭାବେ କାମ କରୁଥିବାରୁ ରୋଗୀଙ୍କ ନିକଟରେ ଏପରି ଲକ୍ଷଣ ଦେଖିବାକୁ ମିଳୁଛି । ସିଟି ସ୍କାନ ସହ ସ୍ନାୟୁବିକ୍ ବିଭାଗ ପକ୍ଷରୁ ଯାଞ୍ଚ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଡାକ୍ତର । ନବଜାତ ଶିଶୁଙ୍କୁ ଚେଙ୍କ ଦେବା ପ୍ରଥା ଏହି ଜିଲ୍ଲାରେ ବହୁଳ ମାତ୍ରାରେ ରହିଥିବାରୁ ଏହାକୁ ରୋକିବାକୁ ୯ବର୍ଷ ତଳେ ତକôାଳୀନ ଜିଲ୍ଲାପାଳ ସଚେତନତା ସୃଷ୍ଟି କରିଥିଲେ । ଗ୍ରାମାଞ୍ଚଳର ଦିଶାରୀ, ଆଦିବାସୀ ନାଟକର ନାଟଗୁରୁ, ଗୀତ କୁଡିଆଙ୍କୁ ଡାକି ଚେଙ୍କର ଭୟାବହତା ଏବଂ ଚେଙ୍କ ଦେବା ପରେ ଶିଶୁର ମୃତୁ୍ୟ ହେଉଥିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପ୍ରଶିକ୍ଷଣ ଦିଆଯାଇଥିଲା । କିନ୍ତୁ କୌଣସି ସୁଫଳ ମିଳିପାରିନି । ଗତ ୩ମାସ ତଳେ ଚନ୍ଦାହାଣ୍ଡି ଓ ରାଇଘର ବ୍ଲକରେ ପୁଣି ନବଜାତ ଶିଶୁଙ୍କୁ ଚେଙ୍କ ଦେବା ଘଟଣା ଲୋକଲୋଚନକୁ ଆସିଥିଲା । ଚେଙ୍କ ଦେବା ପରେ ନବଜାତ ଗୁରୁତର ହୋଇ ପଡ଼ିବାରୁ ନବରଙ୍ଗପୁର ସହରର ଏକ ଘରୋଇ ନସିଂ ହୋମରେ ଚିକିସôା କରିଥିଲେ । ଏ ଭଳି କୁପ୍ରଥା ହଟାଇବା ପାଇଁ ସଚେତନତାକୁ ବ୍ୟାପକ  ଆବଶ୍ୟକତା କରିବାକୁ  ଥିବା ବେଳେ  ଜିଲାରେ ନାଁ କୁ ମାତ୍ର ଆଖି ଦୃଶିଆ ସଚେତନ ନାଁରେ ରାଧେ ରାଧେ କରି କାଗଜ କଲମରେ  ଭର ପୁର ଫାଇଦା ଉଠାଇବାରେ ଲାଗିଛି ସ୍ୱାସ୍ଥ୍ୟ ବିଭାଗ ।