ଖୋଲିଲା ଭିତରକନିକା: ବୁଲିଲେ ୬୩୪ ପର୍ଯ୍ୟଟକ
ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆଜି ଖୋଲାଯାଇଛି । ଚଳିତବର୍ଷ କୁମ୍ଭୀର ଗଣନା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଚଳିତ ମାସ ୧୪ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା । ଭିତରକନିକା ଖୋଲିବାର ପ୍ରଥମ ଦିନରେ ୬୩୪ଜଣ ପର୍ଯ୍ୟଟକ ଆସିଛନ୍ତି । ଡାଙ୍ଗମାଳ ମୁଖ୍ୟ ଗେଟ ଦେଇ ୨୫୬ଜଣ ପର୍ଯ୍ୟଟକ ଭିତରକୁ ଯାଇ ୧୨ଟି ବୋଟ ଟ୍ରିପରେ ନଦୀରେ ବୁଲିଛନ୍ତି । ଚାନ୍ଦବାଲିରୁ ୯ଟ୍ରିପ ବୋଟରେ ୧୦୬ଜଣ, ଖୋଳା ଗେଟରେ ୨୮ଟ୍ରିପରେ ୨୪୪ଜଣ ଓ ଗୁପ୍ତିରୁ ୨ଟ୍ରିପରେ ୨୮ଜଣ ପର୍ଯ୍ୟଟକ ଭିତରକନିକା ଆସି ଜାତୀୟ ଉଦ୍ୟାନର ଶୋଭାସୈ÷ାନ୍ଦର୍ଯ୍ୟ ଉପଭୋଗ କରିଥିବା ଜଣାପଡିଛି ।