ନମ୍ବର ବିହୀନ ବାଲି  ଟ୍ରାକ୍ଟର ଜବତ

 ବିଞ୍ଝାରପୁର: ଏଠାକା ପୁଲିସ ନମ୍ବର ବିହିନ ବାଲି ବୋଝେଇ ଟ୍ରାକ୍ଟର ଜବଦ କରିଛି । ଗତକାଲି ରାତିରେ ବିଞ୍ଝାରପୁର ଥାନା ଅଧିକାରୀ ବାମଦେବ ନନ୍ଦଙ୍କ ନିଦେ୍ର୍ଦଶ କ୍ରମେ ଚୋରା ଗାଡି ଜବଦ କରିବା ପାଇଁ ସବ୍ଇନ୍ସପ୍େଟକ ବିଶ୍ୱଜିତ୍ ବିଶ୍ୱାଳ ଏବଂ ସଶ୍ମିତା ମଙ୍ଗରାଜଙ୍କ ନେତୃତ୍ୱରେ ଏକ ଟିମ୍ ଦୁଇଟି ନମ୍ବର ବିଭିନ୍ନ ଚୋରାବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲେ । ଗୋଟିଏ ଟ୍ରାକ୍ଟର ମେଗା ପ୍ରକଳ୍ପ ନିକଟରୁ ଏବଂ ଅନ୍ୟଟି ମିରମହଲା ନିକଟରୁ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ଜଣେ ଡ୍ରାଇଭରକୁ ମଧ୍ୟ ଗିରଫ୍ କରିଛି । ଡ୍ରାଇଭର ମାଧପୁର ଗାଁର ଶୁକଦେବ ମଲ୍ଲିକଙ୍କୁକୋର୍ଟ ଚାଲାଣ କରିଛି ପୁଲିସ ।