ହାଇକୋର୍ଟଙ୍କ ନିଦେ୍ର୍ଦଶ ପରେ ଦୃଷ୍ଟିହୀନ ବିଦ୍ୟାଳୟର ଦାୟିତ୍ୱ ହସ୍ତାନ୍ତର
ବାଲେଶ୍ୱର : ବାଲେଶ୍ୱର ରାଣୀପାଟଣା ସ୍ଥିତ ଦି ୱେଲ ଫେୟାର ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟର ବିବାଦୀୟ ପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ଗୁରୁବାର ଦାୟିତ୍ୱ ହସ୍ତାନ୍ତର କରାଯାଇଛିି । ବାଲେଶ୍ୱର ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ସରକାରୀ ପ୍ରଶାସନିକ ନିୟମ ଅନୁଯାୟୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ମାଜିଷ୍ଟ୍ରେଟ ଅମ୍ଳାନ ନାୟକଙ୍କ ପ୍ରତ୍ୟେକ ତତ୍ତ୍ୱ୍ାବଧାନରେ ଅନୁଷ୍ଠାନର ପୂର୍ବ କେୟାର ଟେକର ଗୋପାମୁଦ୍ରା ମହାପାତ୍ରଙ୍କ ଠାରୁ ସଂସ୍ଥାର ମୁଖ୍ୟ ନିଦେ୍ର୍ଦଶକ ଦିବାକର ସଙ୍କୁ ଶିକ୍ଷାନୁଷ୍ଠାନର ଦାୟିତ୍ୱ ହସ୍ତାନ୍ତର ଅର୍ପଣ କରିଥିଲେ । ପ୍ରକାଶ ଥାଉକି, ପୂର୍ବତନ ଜିଲ୍ଲାପାଳ ଆଇନକୁ ଉଲଙ୍ଘନ କରି ରାତାରାତି ଅନୁଷ୍ଠାନକୁ ଦିବାକରଙ୍କ ଠାରୁ ଛଡ଼ାଇ ନେଇ ଗୋପାମୁଦ୍ରାଙ୍କୁ ଦାୟିତ୍ୱ ଦେଇଥିଲେ । ଏହି ବେଆଇନ କାର୍ଯ୍ୟ ପାଇଁ ଦିବାକର ସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।