ହୃଦଘାତରେ ସମାଜସେବୀଙ୍କ ପରଲୋକ
ନୀଳଗିରି : ନୀଳଗିରି ଏନ୍ଏସି ୨ନଂ ୱାର୍ଡ ଘାଟ ଘରସାହି ଗ୍ରାମର ସମାଜସେବୀ ସ୍ୱର୍ଗତ ରଘୁନାଥ ବାଗଙ୍କ ବଡ ପୁତ୍ର ପୂର୍ଣ୍ଣଚନ୍ଦ୍ର ବାଗଙ୍କ ହୃଦଘାତରେ ମୃତୁ୍ୟ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୧ବର୍ଷ ହୋଇଥିଲା । ସୂଚନା ଅନୁଯାୟୀ ପୂର୍ଣ୍ଣଚନ୍ଦ୍ର ଦୀର୍ଘ ୫ବର୍ଷ ହେବ ପକ୍ଷାଘାତରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ । ଖାଦ୍ୟ ଖାଉଥିବା ଅବସ୍ଥାରେ ହଠାତ୍ ଛାତିଯନ୍ତ୍ରଣା ହେବାରୁ ତଳେ ଟଳିପଡ଼ିଥିଲେ । ତୁରନ୍ତ ପରିବାର ଲୋକ ନୀଳଗିରି ହସ୍ପିଟାଲ୍ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ସମାଜସେବୀ ଭାବରେ ବେଶ୍ ପରିଚିତ ଥିଲେ । ମୃତୁ୍ୟ ଖବରପାଇ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ରାଜ୍ୟ ଯୁବବିଜେଡି ସମ୍ପାଦକ ଉଦୟଜ୍ୟୋତି ମହାନ୍ତି, ବିଜେଡିର ବରିଷ୍ଠ ନେତା ଗଙ୍ଗାଧର ମିଶ୍ର ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଏବଂ ଶୋକସନ୍ତପ୍ର ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ ।