ହାଇକୋର୍ଟଙ୍କ ଛାଟ :ଇଟାଭାଟି ବନ୍ଦ କରିବାକୁ ନିଦେ୍ର୍ଦଶ
ନୀଳଗିରି: ଇକୋ ସେନ୍ସେଟିଭ ଜୋନରେ ସମସ୍ତ ବେଆଇନ୍ ଇଟାଭାଟି ଅଞ୍ଚଳ ଗୁଡିକର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସୂଚନା ମୁତାବକ ନୀଳଗିରି ଉପଖଣ୍ଡ କୁଳଡିହା ଅଭୟାରଣ୍ୟର ଇକୋ ସେନ୍ସେଟିଭ ଜୋନ ମଧ୍ୟରେ ବର୍ଷବର୍ଷ ଧରି ବେଆଇନ୍ ଚୀମିନି ଇଟାଭାଟି ଚାଲିଆସୁଥିଲା । ନୀଳଗିରି ତହସିଲ ପ୍ରତିବର୍ଷ ଏସବୁ ଭାଟିଗୁଡିକ ଉପରେ ପେନାଲ୍ଟି ଓ ରୟାଲ୍ଟି ଆଦାୟ କରି ଓଲଟା ପ୍ରୋସôାହନ ଦେଇ ଆସୁଥିଲା ବୋଲି ଅଞ୍ଚଳବାସୀ ଅଭିଯୋଗ କରିଥିଲେ । ଏନେଇ ଘୋର ବିବାଦ ହେବାପରେ ପ୍ରଶାସନ ପକ୍ଷରୁ ସେନ୍ସେଟିଭ ଅଞ୍ଚଳରୁ ବେଆଇନ୍ ଇଟାଭାଟି ବନ୍ଦ କରିବାକୁ ଅଣ୍ଟାଭିଡ଼ିଥିଲେ । ପ୍ରଶାସନ ପକ୍ଷରୁ ଏନେଇ ୨୦୨୩ ମସିହାରେ କାର୍ଯ୍ୟାନୁଷ୍ଠନ ସ୍ୱରୂପ ନୟାପାଟଣା ଗ୍ରାମର ଇଟାଭାଟି ମାଲିକ ହରିଶ ଚନ୍ଦ୍ର ଜେନାଙ୍କ ମାମା ଇଟାଭାଟିକୁ ଭାଙ୍ଗି ଦେଇଥିଲେ । ମାତ୍ର ଉକ୍ତ ଅଂଚଳରେ ଗଢି ଉଠିଥିବା ଅନ୍ୟ ବେଆଇନ୍ ଇଟାଭାଟି ଭଙ୍ଗା ଯାଇନଥିବାରୁ ସଂପୃକ୍ତ ମସିହାରେ ହରିଶ ଚନ୍ଦ୍ର ଜେନା ହାଇକୋର୍ଟରେ ଏକ ରିଟ ପିଟିସନ ଦାଖଲ କରିଥିଲେ । ତାଙ୍କ ଇଟାଭାଟିକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦେଇଥିବା ବେଳେ ଉକ୍ତ ସେନ୍ସେଟିଭ ଜୋନ ଅଞ୍ଚଳରେ ଅନ୍ୟ ବେଆଇନ୍ ଇଟାଭାଟି କାହିଁକି ଭଙ୍ଗା ନଯିବ ବୋଲି ନ୍ୟାୟ ପାଇଁ ମାନ୍ୟବର ନ୍ୟାୟାଳୟରେ ଦ୍ୱାରସ୍ଥ ହୋଇଥିଲେ । ପରେ ଅନ୍ୟ ଇଟାଭାଟି ମାଲିକମାନେ ଏକ ମଧ୍ୟବର୍ତ୍ତୀ କାଳୀନ ଦରଖାସ୍ତ କରି ଇଟାନିର୍ମାଣ କରିବାକୁ ଅନୁରୋଧ କରିଥିଲେ । ଉଭୟ ପକ୍ଷ ଆବେଦନକୁ ବିଚାର କରି ଓଡ଼ିଶା ହାଇକୋର୍ଟ ବିଚାରପତି ଏସକେ ପାଣିଗ୍ରାହୀ ଇକୋ ସେନ୍ସେଟିଭ ଅଞ୍ଚଳରୁ ସମସ୍ତ ଇଟାଭାଟିକୁ ଦୁଇସପ୍ତାହ ସମ୍ପୂର୍ଣ୍ଣ ବନ୍ଦକରିବା ସହିତ ଉଚ୍ଛେଦ କରିବାକୁ ନିଦେ୍ର୍ଦଶ ଦେବା ସହିତ ଦୁଇସପ୍ତାହ ମଧ୍ୟରେ ଅଞ୍ଚଳରୁ ସଂପୃକ୍ତ ଭାଟି ହଟାଯାଇନଥିଲେ ବାଲେଶ୍ୱର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସ୍ୱଚ୍ଛ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।