ହାଇସ୍କୁଲର ବାର୍ଷିକୋତ୍ସବ
ଭଣ୍ଡାରିପୋଖରୀ: ମଣିନାଥପୁର ନରେନ୍ଦ୍ର କୁମାର ପରିଡା ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାର୍ଷିକୋସôବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ବିଦ୍ୟାଳୟର ବାର୍ଷିକ କ୍ରୀଡା ଉସôବକୁ ମୁଖ୍ୟ ଅତିଥି ସରପଞ୍ଚ ପରମାନନ୍ଦ ନାୟକ କ୍ରୀଡା ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ । ପ୍ରଧାନଶିକ୍ଷକ ସମୀର କୁମାର ଚୌଧୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କ୍ରୀଡା ୩ ବର୍ଗରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ପ୍ରଶାନ୍ତ କୁମାର କୁଣ୍ଡୁ, ଜ୍ୟୋତିରଞ୍ଜନ ପ୍ରଧାନ, ଶରତ ଥାଟୋଇ, ଅରୁଣି ବେହେରା, ପ୍ରଭାତ ମଞ୍ଜରୀ ଜେନା, ରିତାଞ୍ଜଳୀ ମହାନ୍ତି, ରଶ୍ମରେଖା ରାଉତ ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ । ପ୍ରାଥମିକ ବାଳକ ବିଭାଗରେ ପରେଶ ଖଟୁଆ, ବାଳିକା ବିଭାଗରେ ରାଜଲକ୍ଷ୍ମୀ ରାଉତ, ମାଧ୍ୟମିକ ବାଳକ ବିଭାଗରେ ପ୍ରଭଞ୍ଜନ ସାମଲ, ବାଳିକା ବିଭାଗରେ ମାହେଶ୍ୱରୀ ବେହେରା, ଉଚ୍ଚ ମାଧ୍ୟମିକ ବାଳକ ବିଭାଗରେ ଗଣେଶ କୁମାର ରାଉତ ଓ ବାଳିକା ବିଭାଗରେ ମୋନାଲିସା ନାଥ ଚାମ୍ପିଅନ ହୋଇଥିଲେ । ପ୍ରଧାନଶିକ୍ଷକ ଶ୍ରୀ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ତଥା ଅଧ୍ୟାପକ ଅନାଦି ଚରଣ ସାହୁଙ୍କ ସଂଚାଳନାରେ ଶୁକ୍ରବାର ଅନୁଷ୍ଠିତ ବାର୍ଷିକୋସôବରେ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ମୁଖ୍ୟ ଅତିଥି, ମଣ୍ଡଳ ଶିକ୍ଷାଧିକାରୀ ଅଧିର କୁମାର ତରାଇ ମୁଖ୍ୟବକ୍ତା, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ଶ୍ରୀ ନାୟକ, ଶିକ୍ଷା ସଂଯୋଜକ ଅକ୍ଷୟ ନନ୍ଦ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା, ଚିନ୍ତାମଣି ନାୟକ, ବିଦ୍ୟାଳୟ କମିଟି ସଭାପତି ମନୋଜ ଦାସ, ମୋ ସ୍କୁଲ ଅଭିଯାନ ସଭାପତି ଗଜେନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଉପାନ୍ତ ବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦ୍ୱାଦଶ ଶ୍ରେଣୀ କାଉନସିଲ ପରୀକ୍ଷା କେନ୍ଦ୍ର ଅନୁମୋଦନ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିବା ସହ ବିଦ୍ୟାଳୟର ନାନା ସମସ୍ୟାର ସମାଧାନ ପାଇଁ ଦାବି ରଖିଥିଲେ । ଏହି ଅବସରରେ ବିଦ୍ୟାଳୟର ଶୈଖିକ ଓ ସହଶୈଖିକ କାର୍ଯ୍ୟକ୍ରମର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଜ୍ୟୋତିରଞ୍ଜନ ପ୍ରଧାନ ବିଦ୍ୟାଳୟ ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ଶିକ୍ଷକ ସୂର୍ଯ୍ୟକାନ୍ତ ବରାଳ ଅତିଥି ପରିଚୟ ଓ ଶ୍ରୀ ଥାଟୋଇ ଧନ୍ୟବାଦ ଦେଇଥିଲେ । ଅଧ୍ୟାପକ ରବିନ୍ଦ୍ର କୁମାର ପାଢୀ, ଶ୍ୟାମାଶଙ୍କର ଦାଶ, ଜ୍ୟୋତିପ୍ରକାଶ ସ୍ୱାଇଁ, ମିନତୀ ଓଝା, ଶିକ୍ଷକ ଦିପ୍ତିରଞ୍ଜନ ଶେଣ୍ଢ, ବାସୁଦେବ ସୋରେନ, ଶେଖ ଆଫ୍ରୁଦ୍ଦିନ, ରମେଶ ରାଉତ, କାର୍ଯ୍ୟାଳୟ ସହାୟକ ପ୍ରକାଶ ଚନ୍ଦ୍ର ସାହୁ ଉସôବ ପରିଚାଳନାରେ ସହଯୋଗ କରିଥିଲେ ।