ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍‌ ଷ୍ଟିକର୍‌ 

ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍‌ ଷ୍ଟିକର୍‌ 

ଭୁବନେଶ୍ୱର : ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍‌ ଷ୍ଟିକର । ଏନେଇ ରାଜ୍ୟ ପରିବହନ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି । ଯେଉଁମାନଙ୍କ ପାଖରେ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଅଛି ସେହି ଯାନ ବାହାନ ଗୁଡ଼ିକ ପାଇଁ ୧୦ ଜାନୁଆରି ଠାରୁ ଗ୍ରୀନ୍‌ ଷ୍ଟିକର୍‌ ଦିଆଯିବ। ନିଜ ନିକଟସ୍ଥ ଆଞ୍ଚଳିକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ଏହି ଗ୍ରୀନ୍‌ ଷ୍ଟିକର୍‌ ପାଇ ପାରିବେ । ଷ୍ଟିକର୍‌ ଜାରି କରିବା ପୂର୍ବରୁ ଆରଟିଓ  ଅଧିକାରୀମାନେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ବିବରଣୀ ଏବଂ ବାହନ ଡାଟାବେସ୍‌ରେ ଥିବା ରେକର୍ଡକୁ ଯାଞ୍ଚ କରିବେ ।