ଓଡିଶା ଷ୍ଟେଟ ଏଏଫ୍ଏଲ୍ ଚାମ୍ପିଅନ୍ସିପ୍
ଜଟଣୀ: ଓଡିଶା ରାଜ୍ୟ ଏଏଫଏଲ୍ (ଅଷ୍ଟ୍ରେଲିୟାନ୍ ଫୁଟବଲ୍) ଚାମ୍ପିଅନ୍ସିପ୍ ସେଞ୍ଚୁରିଅନ୍ କପ୍ ୨୦୨୪ ଓଡିÿଶା ଫୁଟ୍ବଲ୍ ଆସୋସିଏସନ୍, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଏବଂ ଥାମାର୍ରୁର୍ ଯୁବ ସଂଗଠନ, ଅଷ୍ଟ୍ରେଲିଆ ଏବଂ ଏଏଫ୍ଏଲ୍ ଭାରତ ସହଯୋଗରେ ଆୟୋଜିତ ହୋଇଯାଇଛି । ଏହି ଚାମ୍ପିଅନସିପ୍ ଲିଗ୍ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା ।ଏହି ଲିଗ୍ରେ ୧୪ ଦଳ ଅଂଶଗ୍ରହଣ କରିଥିଲେ । ସମସ୍ତ ମ୍ୟାଚ୍ ଡବଲ୍ ହେଡର୍ ଲିଗ୍ ଆଧାରରେ ଖେଳା ଯାଇଥିଲା । ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର କ୍ରୀଡା ସଂକୁଳରେ ଆୟୋଜିତ ଚାମ୍ପିଅନ୍ସିପ୍ରେ ଓଡିଶାର ବିଭିନ୍ନ ସ୍ଥାନରୁ ୧୪ ଦଳ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ୮ ବିରଷ୍ଠ ପୁରୁଷ ଦଳ ଓ ଦୁଇଟି କନିଷ୍ଠ ପୁରୁଷ ଦଳ ଅଂଶଗ୍ରହଣ କରିବା ସହ ପ୍ରଥମ ଥର ପାଇଁ ଚାରୋଟି ବରିଷ୍ଠ ମହିଳା ଦଳ ମଧ୍ୟ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗତାରେ ୨୦୦ରୁ ଅଧିକ ଖେଳାଳି ଏବଂ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ । ଏଥିରେ ମୟୁରଭଞ୍ଜ, ବାଲେଶ୍ୱର, ସେଞ୍ଚୁରିଅନ୍, କେନ୍ଦୁଝର, ଯାଜପୁର, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳ ଭାଗ ନେଇଥିଲା ।ଏହି ପ୍ରତିଯୋଗିତାର ବିଜେତା ଦଳ ଏଏଫ୍ଏଲ୍ ନ୍ୟାସନାଲ ଚାମ୍ପିଅନ୍ସିପ୍ ୨୦୨୪ରେ ଖେଳିବେ ବୋଲି ଓଡିଶା ଫୁଟ୍ବଲ୍ ଆସୋସିଏସନ୍ ସଭାପତି ରାମଚନ୍ଦ୍ର ମୁର୍ମୁ କହିଛନ୍ତି । ରୋମାଞ୍ଚକ ମୁକାବିଲାରେ ଜୁନିଅର ବିଭାଗରେ ଖୋର୍ଦ୍ଧା ଦଳ ବିଜୟୀ ହେବା ସହିତ ମହିଳା ସିନିଅର ବିଭାଗରେ ମୟୁରଭଞ୍ଜ ଦଳ ଜିତିଥିଲା ଏବଂ ପୁରୁଷ ସିନିଅର ବିଭାଗରେ କେନ୍ଦୁଝର ଦଳ ଶ୍ରେୟସ୍କର ବିଜୟ ହାସଲ କରିଥିଲା । ସେଞ୍ଚୁରିଅନ୍ ଦଳ ଉଭୟ ମହିଳା ଏବଂ ପୁରୁଷ ଦୁଇଟି ସିନିଅର ଟୁର୍ଣ୍ଣାମେଣ୍ଟରେ ରନର୍ସଅପ ଘୋଷିତ ହୋଇଥିଲେ । ପୁରସ୍କାର ବିତରଣ ଉସôବରେ ମୁଖ୍ୟଅତିଥି ଉପସ୍ଥିତ ଥିଲେ । ଓଡିଶା ସରକାରଙ୍କ ଖେଳ ଉପ-ନିଦେ୍ର୍ଦଶକ ଅଶୋକ ମହାନ୍ତି, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର କ୍ୟାମ୍ପସ ନିଦେ୍ର୍ଦଶକ ପ୍ରଫେସର ଜଗନ୍ନାଥ ପାଢିÿ, ବରିଷ୍ଠ ଫୁଟବଲ୍ କୋଚ୍ ଆର୍.କେ.ମଣ୍ଡଳ ଏବଂ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କ୍ରୀଡା ନିଦେ୍ର୍ଦଶକ ରବିନାରାୟଣ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ ।