ଟିକେଟ ଚେକିଂ ଷ୍ଟାଫ ଡିଆରଏମଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ଜଟଣୀ : ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଠାରେ ନିୟୋଜିତ ଟିକେଟ ଯାଞ୍ଚ ଅଧିକାରୀ (ଟିଟି)ମାନେ ତାଙ୍କର ଉକôୃଷ୍ଟ କାର୍ଯ୍ୟଶୈଳୀ ଓ ବିନାଟିକେଟ ଯାତ୍ରୀଙ୍କ ଠାରୁ ଜୋରିମାନା ବାବଦରେ ରେକର୍ଡ ପରିମାଣର ରାଜସ୍ୱ ଅସୁଲି ପାଇଁ ଶୁକ୍ରବାର ମଣ୍ଡଳ ପ୍ରବନ୍ଧକ ହରଭଜନ ସିଂ ବାଜୁଆ ୧୩ ଜଣ ଟିକେଟ ଯାଞ୍ଚକାରି ଷ୍ଟାଫ (ଟି ଟି )ମାନଙ୍କୁ ନିଜ ପ୍ରକୋଷ୍ଟରେ ମାନପତ୍ର ଓÿ ଅର୍ଥରାଶି ଦେଇ ସମ୍ଭର୍ଦ୍ଧିତ କରିଥିଲେ । ପ୍ରକାଶ ଥାଉକି ଟିକେଟ ଚେକିଂ ଷ୍ଟାଫମାନଙ୍କ ନିଷ୍ଠାପର କାର୍ଯ୍ୟ ଯାତ୍ରୀମାନଙ୍କ ପ୍ରତି ଉଚିତ ଉତ୍ତରଦାୟିତ୍ୱ ସହିତ ବିନାଟିକେଟ ଯାତ୍ରୀମାନଙ୍କ ଠାରୁ ଜୋରିମାନା ଆଦାୟରେ ସମସ୍ତ ଚେକିଙ୍ଗ ଷ୍ଟାଫମାନଙ୍କ ମିଳିତ ଅବଦାନରେ ଚଳିତ ବର୍ଷ ପୂର୍ବତଟ ରେଳପଥରେ ଖୋର୍ଦ୍ଧାରୋଡ ମଣ୍ଡଳ କମରସିଆଲ ସିଲଡ଼ ପାଇବାର ଯୋଗ୍ୟତା ଅର୍ଜନ କରିଥିଲା । ସେଥିପାଇଁ କର୍ମଚାରୀ ମାନଙ୍କୁ ଉସôାହିତ କରିବା ପାଇଁ ୧୩ ଜଣ ଶ୍ରେଷ୍ଠ କର୍ମଚାରୀ ଜିତେନ୍ଦ୍ର ପଟ୍ଟନାୟକ, ନୀରାକର ସାହୁ, ସୁଧାକର ବେହେରା, ଶିବ ପ୍ରସାଦ ଦାସ, ଅଜୟ କୁମାର ସାହୁ, ସୁଧୀର କୁମାର ସାହୁ, କେ ପି ସାମନ୍ତ, ପ୍ରସାନ୍ତ କୁମାର ବେହେରା, ସିଏଚ ବି ରେଡ୍ଡୀ, କେ ସି ମଲ୍ଲିକ, ଆର ଆର ପ୍ରସାଦ, ଏସ୍ କେ ମହାପାତ୍ର ଓ ସମଲେଶ୍ୱର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଉସôବରେ ବରିଷ୍ଠ ବାଣିଜ୍ୟ ଅଧିକାରୀ ଅନିଲ କୁମାର ଏସ, ବାଣିଜ୍ୟ ଅଧିକାରୀ ପୂଜା ସିଂ ଉପସ୍ଥିତ ଥିଲେ । ଏହି ସଫଳତା ପାଇଁ ଟିକେଟ ଚେକିଂ ଷ୍ଟାଫ ସଙ୍ଘର ପୂର୍ବତନ ମଣ୍ଡଳ ସମ୍ପାଦକ ତଥା ଶ୍ରମିକ କଂଗ୍ରେସର ଶାଖା ସମ୍ପାଦକ ଏଲ ଡ଼ି ମହାନ୍ତି, ମଣ୍ଡଳ ଟିକେଟ ଚେକିଂ ନୂତନ ଇନଚାର୍ଜ ଅନିଲ ମିଶ୍ର, ପୂର୍ବତନ ଇନଚାର୍ଜ ବବ୍ରୁ ବାହାନ ବେହେରା ଓ ସ୍କ୍ୱାଡ ଇନଚାର୍ଜ ସତ୍ୟରଞ୍ଜନ ପଟ୍ଟନାୟକ ସ୍ୱାଗତ କରିଥିଲେ ।