ଗ୍ରାମ୍ୟ ବିକାଶ ନେଇ ସମନ୍ୱୟ ବୈଠକ 

ଆସିକା : ସମ୍ପ୍ରତି ଜନ ଅଭିଯୋଗ ସମାଧାନ ତଥା ସେବା ବିତରଣ ଦ୍ୱାରା ଗ୍ରାମର ବିକାଶ ନେଇ ଏକ ସମନ୍ୱୟ ବୈଠକ ବାବନପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପ୍ରଶାସନ ଦ୍ୱାରା ଆୟୋଜିତ ପଞ୍ଚାୟତସ୍ତରୀୟ ସମନ୍ୱୟ ବୈଠକରେ ଆସିକା ତହସିଲଦାର ସଂଗୀତା ସେନଙ୍କ ଅଧକ୍ଷତାରେ ରାଜସ୍ୱ ବିଭାଗୀୟ କମିଶନ କାର୍ଯ୍ୟାଳୟର ଅତିରିକ୍ତ ମୁଖ୍ୟ ସଚିବ ଗୋପୀନାଥ ମହାପାତ୍ର,ସିଡିପିଓ ଇନ୍ଦିରା ମହାପାତ୍ର, ବାଲିସିରା ମେଡିକାଲ ଅଧିକାରୀ ଡାକ୍ତର ମଧୁସୁଦନ ବାରିକ, ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଇ. ଅଶୋକ ଶତପଥୀ, କନିଷ୍ଠ ଯନ୍ତ୍ରୀ ଇ. ଅଶୋକ ସେନାପତି, ଆସିକା ବନ ଅଧିକାରୀ ଶରତ ଚନ୍ଦ୍ର ବେହେରା, କୃଷି ଅଧିକାରୀ ଶୋଭଦା ମିଶ୍ର,ଗ୍ରାମ୍ୟ ଜଳ ପରିମଳ ଅଧିକାରୀ ଇ. ଶ୍ରୀନିବାସ ରାଓ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଞ୍ଜ ବେହେରା, ଉଦ୍ୟନ ବିଭାଗ ଓବସର ତୃପ୍ତିରାଣୀ ତ୍ରିପାଠୀ,ବାବନପୁର ସରପଞ୍ଚ ସଞ୍ଜୟ ନାୟକ,ସମିତିସଭ୍ୟ ସନ୍ତୋଷ ଜେନା, ସମେତ ବିଦୁ୍ୟତ ବିଭାଗ, ରାଜସ୍ୱ ବିଭାଗର ନିରୀକ୍ଷକ ଅଧିକାରି, ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଶାସନ ଅଧିକାରୀ ମାନେ ଗାଁ ଅଭିମୁଖେ ଯାଇ ଲୋକମାନଙ୍କ ସମସ୍ୟାକୁ ଆର୍ଡିସିସ୍ତରୀୟ ତ୍ୱରିତ ସମାଧାନ ହେବା ନେଇ ଏହି ଅଭିଯାନ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି । ଆସ୍କା ବ୍ଲକର ବାବନପୁର ପଞ୍ଚାୟତ, ବେଲଗୁଣ୍ଠାର ଗାଙ୍ଗପୁର, ଭଞ୍ଜନଗର ଏବଂ ଜଗନ୍ନାଥପ୍ରସାଦକୁ ପ୍ରଥମ ପର୍ଯ୍ୟାୟରେ ସ୍ଥାନ ଦିଆଯାଇଛି । ସେହି କ୍ରମରେ ଲୋକମାନଙ୍କ ଦ୍ୱାର ଦେଶରେ ପ୍ରଶାସନିକ ଅଧିକରୀ ପହଞ୍ଚô ସରକାରଙ୍କ ସମସ୍ତ ସେବା ସୁବିଧାରେ ଯୋଗାଇବା ପାଇଁ ଏହି ଅଭିଯାନ ମାନ୍ୟବର ପ୍ରଧାନମନ୍ତ୍ରୀ ଡିସେମ୍ବର ୧୯-୨୪ ମଧ୍ୟରେ ସପ୍ତାହ ବ୍ୟାପି ଦେଶ ସାରା ଉତ୍ତମ ଶାସନ ସପ୍ତାହ ରୂପେ ଲୋକ ମାନଙ୍କୁ ସଚେତନତା କରାଇବାକୁ ବାର୍ତା ପ୍ରଦାନ କରିଛନ୍ତି । ଆଜିର ଏହି ସମନ୍ୱୟ ବୈଠକରେ ଗ୍ରାମର  ଲୋକମାନଙ୍କ ସହାଭାଗିତା, ଗୋଷ୍ଠିର ସାହାଯ୍ୟ ଏବଂ ପ୍ରଶାସନର ସମନ୍ୱୟ ରହିଲେ ଗ୍ରାମ ନିଶ୍ଚିତ ଉନ୍ନତି ହୋଇ ପାରିବ ବୋଲି ପ୍ରଶାସନିକ ଅଧିକାରୀ ମାନେ ମତ ରଖିଥିଲେ । ଲୋକ ମାନେ ଗ୍ରାମର ପାନୀୟ ଜଳ ସମସ୍ୟା, ପରିଷ୍କାର ପରିଚ୍ଛନ୍ନତା, ବିଦ୍ୟାଳୟରେ ଛାତ୍ର ଅନୁପାତରେ ଶିକ୍ଷକ ଅଭାବ, ପଞ୍ଚାୟତର ବାଜ୍ୟବସ୍ତୁର ସୁ ପରିଚାଳନା, ଧାନ ମଣ୍ଡି ତୁରନ୍ତ ଖୋଲିବା, ବାର୍ଦ୍ଧକ୍ୟ ଭତା ସମ୍ବନ୍ଧୀୟ ସମସ୍ୟା ଗୁଡିକ ପ୍ରଶାସନ ଆଗରେ ଜଣାଇଥିଲେ । ବାବନପୁର ପଞ୍ଚାୟତରେ ଏହି ନୂଆ ଯୋଜନା କେତେ ସଫଳତା ହୋଇପାରୁଛି ଦେଖିବାକୁ ରହିଲା ।