ହୃଦ୍ଘାତରେ ଆଦର୍ଶ ଶିକ୍ଷକଙ୍କ ପରଲୋକ
ପାଣିକୋଇଲି : କୋରେଇ ବ୍ଲକ ଖମଣ ପଂଚାୟତ ଠାକୁରପାଟଣା ଗ୍ରାମରେ ରହୁଥିବା ଆଦର୍ଶ ଶିକ୍ଷକ କୃଷ୍ଣଚନ୍ଦ୍ର ଓଝା(୬୮)ଙ୍କ ହୃଦଘାତରେ ପରଲୋକ ଘଟିଛି । ଭଦ୍ରକ ଜିଲା ମଞ୍ଜୁରୀରୋଡର ଡଅଁରର ଗ୍ରାମ ସ୍ୱର୍ଗତ ଓଝା୧୯୮୬ମସିହାରେ ରସୁଲପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନଗର ପଂଚାୟତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୂପେ ଯୋଗ ଦେଇଥିଲେ । ୩୧ବର୍ଷ ଏହି ବିଦ୍ୟାଳୟରେ ଶିକ୍ଷକତା କରି ୨୦୧୭ ମସସିହାରେ ଅବସର ଗ୍ରହଣ କରିଥିଲେ । ଜଣେ ଆଦର୍ଶ ଶିକ୍ଷକ ଭାବରେ ପରିଚିତ ସ୍ୱର୍ଗତ ଓଝା ଠାକୁରପାଟଣାରେ ରହୁଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ପନôୀ, ଦୁଇ ପୁତ୍ର ଓ ପୁତ୍ର ବଧୂ, ବନ୍ଧୁ ବାନ୍ଧବ ଉପସ୍ଥିତ ରହିଥିଲେ । ଖବର ପାଇ ଠାକୁର ପାଟଣା ଗ୍ରାମର ବରିଷ୍ଠ ନାଗରିକ କୃଷ୍ଣ ଚନ୍ଦ୍ର ସାହୁ, ଗ୍ରାମ ମୁଖ୍ୟ ପରୀକ୍ଷିତ ରାଉତ, ପରେମେଶ୍ୱର ମଲ୍ଲିକ, ରଘୁନାଥ ସାହୁ, ବିନୋଦ ବିହାରୀ ସାହୁ, ବିଷ୍ଣୁ ଚରଣ ସାହୁ, ଅନନ୍ତ ଚରଣ ମଲ୍ଲିକ, ଶାନ୍ତନୁ କୁମାର କର, ନନ୍ଦ କିଶ୍ୱର ସାହୁ, ପ୍ରଶାନ୍ତ କୁମାର ସାହୁଙ୍କ ସମେତ ଠାକୁର ପାଟଣା ଯୁବକ ସଙ୍ଘ ବହୁ ବିଶିଷ୍ଟ ବ୍ୟକ୍ତି ପହଁଚି ଶେଷ ଦର୍ଶନ କରିଥିଲେ । ତାଙ୍କ ମର ଶରୀରକୁ ସ୍ୱର୍ଗ ରଥରେ ଜନ୍ମ ମାଟି ଡଅଁରକୁ ନିଆ ଯାଇ ଶେଷକୃତ ସପର୍ଣ୍ଣ କରାଯାଇଛି ।