ହରିହାଟ କାର୍ଯ୍ୟକ୍ରମ, ୯ ଦିନ  ପୂଜା ପାଇବେ ଜଗନ୍ନାଥ

ବନ୍ତ : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଗଣିଜାଙ୍ଗ ବଜାର କଳିପଡ଼ିଆ ନିକଟରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ହରିହାଟ କାର୍ଯ୍ୟକ୍ରମ, ସୂତନ୍ତ୍ର ନିତିକାନ୍ତିରେ ୯ ଦିନପୂଜା ପାଇବେ ଜଗନ୍ନାଥ  । ମହାବିଷୁବ ପଣା ସଂକ୍ରାନ୍ତି ଦିନ ଠାରୁ ଏହି ପୂଜା ଆରମ୍ଭ ହୋଇଥାଏ । ପ୍ରାରମ୍ଭରେ ନିକଟସ୍ଥ ଶାସନ ପୁଷ୍କରିଣୀରେ ୫ ଗୋଟି କଳସ ଘଟୋ ଉତ୍ତଳନ କରାଯାଇ ବାଜା ବାଣ ଫୁଟାଇ ଗ୍ରାମ ବଜାର ପରିକ୍ରମା ପରେ ଜଗନ୍ନାଥ ମନ୍ଦିରରେ ସ୍ଥାପନ କରାଯାଇଥାଏ । ପୂଜକ ଗୋବିନ୍ଦ ଚନ୍ଦ୍ର ମିଶ୍ର, ରାମ ଚନ୍ଦ୍ର ପାଣିଗ୍ରାହୀ ପ୍ରତିଦିନ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ତ୍ରିଲୋଚନ ପ୍ରଧାନ, ରାମ ବାରିକ, ଦୟାନିଧି ଘଡାଇ ସମସ୍ତ ମନ୍ଦିର କାର୍ଯ୍ୟରେ ସହଯୋଗରେ ସାହାଯ୍ୟ କରିଥିଲେ । ଜଗନ୍ନାଥଙ୍କ ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ହୋଇଥିଲା । ପ୍ରତିଦିନ ଭାଗବତ ପାଠ, ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଠାକୁରଙ୍କ ପୂର୍ବ ଦିନ ବାର୍ଷିକ ଉସôବ ଅନୁଷ୍ଠିତ ହେଉଥିଲା । ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଉକ୍ତ କାର୍ଯ୍ୟକ୍ରମରେ ନୂଆ ହରିହାଟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।