ପୁରୀରେ ଆଦାନୀ ଗ୍ରୁପର ସ୍ୱତନ୍ତ୍ର ସେବା

ପୁରୀ : ଚଳିତ ବର୍ଷ ଆହ୍ଲାବାଦର ପ୍ରୟାଗରାଜ୍‌ ଠାରେ ହୋଇଥିବା ମହାକୁମ୍ଭ ମେଳାରେ ଆଦାନୀ ଗ୍ରୁପର ସ୍ୱେଚ୍ଛାକୃତ ସେବା ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିଛି । ଏହାକୁ ପାଥେୟ କରି ଲୋକଙ୍କ ଧାର୍ମିକ ଭାବନାକୁ ବଜାୟ ରଖି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପ ଏହାର ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ସେବା ଯୋଗାଇବା ପାଇଁ ସ୍ଥିର କରିଛି । ମହାପ୍ରଭୁ ଜଗନ୍ନାଥଙ୍କ ଏହି ନବଦିନାତ୍ମକ ଯାତ୍ରାରେ ଭାରତ ତଥା ବିଶ୍ୱର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ଜନ ସମାଗମ ହୋଇଥାଏ । ଆଦାନୀ ଗ୍ରୁପର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌) କାର୍ଯ୍ୟଧାରା ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଦିଗରେ ପରିବ୍ୟାପ୍ତ ହୋଇ ରହିଛି । ଦିନକୁ ଦିନ ଏହାର ବୃଦ୍ଧି ଘଟି ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ସହଭାଗିତା ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଜୀବନଧାରାକୁ ‘ସେବକ’ ଭାବେ ଉତ୍ସର୍ଗୀକୃତ କରିଆସିଛି । ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ‘ସେବା ହି ସାଧନା ହୈ’ (ସେବା ହିଁ ପୂଜା) ବିଶ୍ୱାସକୁ ପାଳନ କରି, ଜୁନ ୨୬ ତାରିଖରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ସମୟରେ ତୀର୍ଥଯାତ୍ରୀ ଏବଂ ପଦସ୍ଥ ଅଧିକାରୀମାନଙ୍କୁ ସମର୍ଥନ ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛି । ଚଳିତ ବର୍ଷ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ପ୍ରାୟ ୪ ନିୟୁତ ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି ଯେଉଁଠାରେ ମାଗଣା ପୌଷ୍ଟିକଯୁକ୍ତ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ଓଡ଼ିଶା ଗ୍ରୀଷ୍ମକୁ ପ୍ରତିହତ କରିବା ପାଇଁ ପାନୀୟ ଜଳ କାଉଁଣ୍ଟର ଗୁଡ଼ିକରେ ସାରା ସହରରେ ପାନୀୟ ଜଳର ବ୍ୟବସ୍ଥା ହୋଇଛି । ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଲାଇଫ୍‌ଗାଡର଼୍ ମହାସଂଘକୁ ସହାୟତା, ପ୍ଲାଷ୍ଟିକ ମୁକ୍ତ ବେଳାଭୂମି ପାଇଁ ସ୍ୱେଚ୍ଛାସେବୀ, ପଦସ୍ଥ ଅଧିକାରୀମାନଙ୍କପାଇଁ ମାଗଣା ଟି-ସାର୍ଟ, ପୌର କର୍ମଚାରୀଙ୍କ ପାଇଁ ଫ୍ଲୋରେସେଣ୍ଟ ଜ୍ୟାକେଟ, ଅଧିକାରୀ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ପ୍ରକାର ଜ୍ୟାକେଟ, ରେନକୋଟ୍‌, କ୍ୟାପ୍‌ ଏବଂ ଛତାର ବ୍ୟବସ୍ଥା କରାଯାଇଛି ।