ଡ. ରତନମୋହିନୀଜୀଙ୍କର ସ୍ମୃତି ସମାରୋହ

 କାକଟପୁର :  ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଦ୍ୟାଳୟ ତରଫରୁ ଦାଦି ଡ. ରତନମୋହିନୀ ଜୀଙ୍କର ଅବ୍ୟକ୍ତ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଛି । ସଭାରେ ମୁଖ୍ୟଅତିଥି ସମାଜସେବୀ ଜ୍ଞାନରଞ୍ଜନ ସାହୁ, ଶାଖା ମୁଖ୍ୟ ପରିଚାଳିକା ଭଉଣୀ ବ୍ରହ୍ମା କୁମାରୀ କୁନ୍ତଳା, ଭାଇ ବ୍ରହ୍ମା କୁମାର ରବି ନାରାୟଣ ଓ ବହୁ ସଂଖ୍ୟା ରେ ଭାଇ ଭଉଣୀ ଉପସ୍ଥିତ ରହି ମହାନ ଆତ୍ମାର ଗୁଣ ଗାନ କରିଥିଲେ  । ସେହି ମହାନ ଆତ୍ମା ଏହି ବିଶ୍ୱ ବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟ ମାଉଣ୍ଟ ଆବୁ, ରାଜସ୍ଥାନରେ ରହି ଈଶ୍ୱରୀୟ ସେବା କୁ ତୋରାନ୍ୱିତ କରି ବାବାଙ୍କ ଅବ୍ୟକ୍ତ ମୁରଲୀକୁ ବିଶ୍ୱର କୋଣ ଅନୁକୋଣ ରେ ଥିବା ଆତ୍ମାଙ୍କ ପାଖରେ ପହଞ୍ଚାଇବାରେ ତାଙ୍କର ସହଯୋଗ ଅତୁଳନୀୟ । ଦାଦିଙ୍କର ଗୁଣ, ସରଳ ଜୀବନ ଯାପନ କୁ ନିଜ ଜୀବନ ରେ ଧାରଣ କରି ବାବା ଙ୍କ ସ୍ମୃତିରେ ସଦା ସର୍ବଦା ରହି ଜୀବନ କୁ ସରସ ସୁନ୍ଦର କରିବାର ମାର୍ଗକୁ ସୃଦୁଢ କରିବା, ରାଜଯୋଗ ଦ୍ୱାରା ମନକୁ ଶାନ୍ତି ଓ ଶରୀରକୁ ନିରୋଗ ରଖିବାର ବାର୍ତ୍ତା ବିକେ ରବିନାରାୟଣ ପ୍ରଦାନ କରିଥିଲେ ।