୩୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ମହିଷାପାଟ ସ୍ଥିତ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଠାରେ ବୁଧବାର ଏକ ନିଯୁକ୍ତି ପର୍ବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଢେଙ୍କାନାଳ ସ୍ଥିତ ଅଟୋ ମୋବାଇଲ ଡକ୍ଟର ଇଣ୍ଡିଆ, କ୍ୱିଭାନ୍ ସ୍କିଲ ଏମ୍ପାୱାରମେଣ୍ଟ ପ୍ରା. ଲିଃ. ଏବଂ ପ୍ରୋଡ଼ାଟାରେ ଟ୍ରେନିଂ ପ୍ରାପ୍ତ ୩୬ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ନିୟୋଜନ ଅଧିକାରୀ ତତ୍ତ୍ୱମସୀ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ କିପରି ଟ୍ରେନିଂ ପ୍ରଦାନ କରି ଶତ ପ୍ରତିଶତ ନିଯୁକ୍ତିର ସୁବିଧା ସୁଯୋଗ ସୃଷ୍ଟି ହେଉଛି ସଂପର୍କରେ ସୂଚÿନା ପ୍ରଦାନ କରିଥିଲେ । ସୂଚÿନାଯୋଗ୍ୟ, ସମସ୍ତ ଛାତ୍ରଛାତ୍ରୀମାନେ ପ୍ରମୁଖ ଅଟୋ ମୋବାଇଲ ଓ ଆଇଫୋନ୍ ମୋବାଇଲ କମ୍ପାନୀରେ ନିଯୁକ୍ତ ହେବ । ଏହି ନିଯୁକ୍ତି ପର୍ବରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିପ୍ତିରଂଜନ ସେଠୀ ଏବଂ କୋପରେଟିଭ ସୋସାଇଟିର ଡେପୁଟି ରେଜିଷ୍ଟ୍ରାର ଉମାଶଙ୍କର ଦାସ ଯୋଗ ଦେଇଥିଲେ ।