ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା 

 ଅନୁଗୁଳ : ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାତକୋଶିଆ ମଣ୍ଡଳ ପକ୍ଷରୁ ଟାଇଁସିଠାରେ ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି  । ଅପରେସନ୍ ‘ସିନ୍ଦୂର'ର ସଫଳତା ପରେ ଭାରତୀୟ ସେନାକୁ ସମ୍ମାନ ଜଣାଇବା ଏହି ଶୋଭାଯାତ୍ରାର ମୂଳଲକ୍ଷ୍ୟ ଥିଲା ।  ସାତକୋଶିଆ ମଣ୍ଡଳ ସଭାପତି ରାଜୁ ପଲେଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ସାତକୋଶିଆ ମଣ୍ଡଳର ଶହ ଶହ ଜନସାଧାରଣ ସାମିଲ ହୋଇ ଦେଶ ମାତୃକାର ବୀର ଯବାନଙ୍କୁ ସମ୍ମାନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଭାଜପା ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ ପ୍ରଧାନ, ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ପୂର୍ବତନ ବିଧାୟକ ରମେଶ ସାଏ, ବରିଷ୍ଠ ନେତା ପରେଶ୍ ଦେଓ, ପ୍ରଭାତ ମିଶ୍ର, ଅନନ୍ତ ବାସୁଦେବ, ଜନାର୍ଦ୍ଦନ ସାହୁ, ଅନନ୍ତ ବେହେରା, ସୁବୋଧ ବେହେରା, ଶରତ ପ୍ରଧାନ, ବେଦବ୍ୟାସ ପ୍ରଧାନ, ବିମ୍ବାଧର ପ୍ରଧାନ, ଲକ୍ଷ୍ମଣ ସାହୁ, ଟୁନା ପ୍ରଧାନ, ରୁନା ପ୍ରଧାନ, ବିକାଶ ପ୍ରଧାନ, ତ୍ରିଲୋଚନ ଜେନାଙ୍କ ସମେତ ସାତକୋଶିଆ ମଣ୍ଡଳର ବହୁ କାର୍ଯ୍ୟକର୍ତ୍ତା, ସ୍ୱୟଂ ସହାୟକ ଗୋଷ୍ଠୀ, ସିଆରପି ତଥା ସ୍ଥାନୀୟ ଅଞ୍ଚଳର ଶହ ଶହ ପୁରୁଷ ମହିଳା ସାମିଲ ହୋଇଥିଲେ । ଏଥିରେ ମାଟି ପାଇଁ ସହିଦ୍ ହୋଇଥିବା ଟାଇଁଶି ଗାଁର ବୀର ଯବାନ ସୁଶାନ୍ତ ସାହୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କ ପିତାଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ।